Masthead

ପୁଅକୁ ମାରି ପୋତିଦେଲା ବାପା

ବାଲିଗୁଡ଼ା(ବଡ଼ ଖବର ବ୍ୟୁରୋ): ନୃଶଂସ ବାପାର ଅମାନବିକ କାଣ୍ଡ । ପୁଅ ହେଲାନି ନିଜର । ଜନ୍ମକଲା ପୁଅକୁ ମାରି ପୋତିଦେଲା ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନିଜ ପୁଅକୁ ମାରି ପୋତିଦେଇଛି ବାପା । ଏନେଇ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ହତ୍ୟାକାରୀ ବାପାକୁ ଗିରଫ କରିଛି । ପାଙ୍ଗୁରୁମିଲା ଗାଁ ର ବାପ ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣଶି କାରଣରୁ ବଚସା ଲାଗି ରହିଥିଲା ।

ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ଦୁଇ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା। ଭୁସ୍କରଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା। ଆଜି ବାଲିଗୁଡା ପୁଲିସ ହତ୍ୟାକାରୀ ବାପାକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ରଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରିଥିଲା। ଚୈତନ୍ୟ ମଦ ପିଇ ପରିବାର ଲୋକଙ୍କୁ ଖୁବ୍‌ ହଇରାଣ କରୁଥିଲା । ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପଟେ ହତ୍ୟାକାରୀ ଭୁସ୍କର ପୂଜାରୀ କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ। ସେ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି। ମୁଁ ଏହି ବିଷୟରେ ମୋ ପରିବାର ଲୋକଙ୍କୁ କିଛି କହିନାହିଁ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ