Before Header

ନଦୀ ସୁଅରେ ଭାସି ଦୁଇ ଭାଇ ମୃତ

0 41

ପିପିଲି(ବଡ଼ ଖବର ବ୍ୟୁରୋ):   ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀ ସୁଅରେ ଭାସିଗଲେ ୨ ଭାଇ । ପୁରୀ ଡେଲାଙ୍ଗ ବ୍ଲକ୍ ଧାନକେରା ପଞ୍ଚାୟତର ନାଗଣ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗାଁର ଦୁଇ ନାବାଳକ ଭାଇ ସକାଳୁ ସକାଳୁ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରବଳ ବନ୍ୟା ପାଣିରେ ଗୋଡ ଖସିଯାଇଥିଲା । ଫଳରେ ଦୁଇଜଣ ନଦୀ ସୁଅରେ ଭାସି ଯାଇଥିଲେ । ଦୁହିଁଙ୍କୁ ତୁରନ୍ତ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୭ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୩ ବର୍ଷ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ ପୁଅ ସତ୍ୟଜିତ ଓ ଶୁଭଜିତ । ସବୁଦିନ ପରି ଆଜି ମଧ୍ୟ ଉଭୟ ଲୁଣା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ପ୍ରବଳ ବନ୍ୟା ପାଣି ଯୋଗୁଁ ସେମାନଙ୍କ ଗୋଡ ସୁଅରେ ଖସି ଯାଇଥିଲା । ତୁରନ୍ତ ଉଦ୍ଧାର ପରେ ଉଭୟଙ୍କୁ ପ୍ରଥମେ ଡେଲଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.