Masthead

ପଦ ରହିବ ତ ?

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :    ଆସନ୍ତା ୩୦ ରେ ପଶ୍ଚିମବଙ୍ଗ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା ସରିଛି । ଯେଉଁଠି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନ୍ରି୍ଦ୍ଧାରଣ କରିବେ ଭୋଟର । ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା ସରିଛି । ଏଠାରେ ସେପ୍ଟେମ୍ବର ୩୦ ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଛି ।

ତେବେ ନିକଟରେ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ହାରିଯାଇଥିଲେ । ଏହାସତ୍ତେ୍ ବି ମମତା ବାଜି ମାରିନେଇଥିଲେ । ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମମତା । ତେବେ ନିୟମ ଅନୁସାରେ ମମତାଙ୍କୁ ଏହି ପଦ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ମହାମାରୀ ପାଇଁ ଉପନିର୍ବାଚନ ଉପରେ ରୋକ ଲାଗିଥିଲା । ହେଲେ ଆଜି ଭାରତୀୟ ଉପନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ଉପନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଭବାନୀପୁର ମଧ୍ୟ ରହିଛି ।

ଏହି ଆସନରୁ ମମତା ବାନାର୍ଜୀ ଲଢିବେ । ସେ ଆଗରୁ କ୍ରମାଗତ ଭାବେ ଏହି ଆସନରୁ ନିର୍ବାଚନ ଲଢୁଥିଲେ । ହେଲେ ଏପ୍ରିଲ ମାସରେ ହୋଇଥିବା ବିଧାନସଭା ନିର୍ବାଚନ ସେ ନନ୍ଦିଗ୍ରାମରୁ ଲଢିଥିଲେ । ଏହାପରେ ଭବାନୀପୁର ଆସନରେ ଜିତିଥିବା ଟିଏମସି ପ୍ରାର୍ଥୀ ଦିଦିଙ୍କ ପାଇଁ ଇସ୍ତଫା ଦେଇଥିଲେ ।

କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟର ସବୁ ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ୩୧ ଟି ବିଧାନସଭା ଆସନ ଓ ୩ଟି ସଂସଦୀୟ କ୍ଷେତ୍ରରେ ଏବେ ନିର୍ବାଚନ ହେବନି । ବର୍ତ୍ତମାନ କେବଳ ୪ ଟି ଆସନ ପାଇଁ ଉପନିର୍ବାଚନ ହେବ । ୧୪ ତାରିଖରେ ଯାଞ୍ଚ ଓ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ସେପ୍ଟମ୍ବର ୧୬ । ୩୦ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୩ ରେ ରେଜଲ୍ଟ ବାହାରିବ । ତେବେ ଅକ୍ଟୋବର ୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା