Masthead

୩ ଦିନିଆ ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ କିଛି ଦିନ ପୂର୍ବରୁ ଏମଭି ପ୍ରସାଦ ଗିରଫ ହୋଇଥିଲେ । ଏହା ମଧ୍ୟରେ ତାଙ୍କର ଜାମିନ ଆବେଦନକୁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଖାରଜ କରିଥିବାର ସୂଚନା ମିଳିଛି । ଏହା ସହ କ୍ରାଇମବ୍ରାଞ୍ଚ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା କଥା ସାମ୍ନାକୁ ଆସିଛି । କ୍ରାଇମବ୍ରାଞ୍ଚ ଏମ.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡରେ ନେଇ ୧୮ ତାରିଖରେ କୋର୍ଟରେ ହାଜର କରିବାକୁ ଓପିଆଇଡ଼ି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡ଼ି କୋର୍ଟ କ୍ରାଇମବ୍ରାଞ୍ଚକୁ କେଶ ଡ଼ାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ଅପରପକ୍ଷରେ ୨୦୧୯ ମସିହା ଚିଟଫଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ପାଖାପାଖି ୩୫ ଲକ୍ଷରୁ ଅଧିକ ଟଙ୍କା ହେରଫେର କରିଥିବାର ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୱେଲଫେୟାର ଗ୍ରୁପ ଅଫ କମ୍ପାନୀର ଅନ୍ୟତମ ଶାଖା ୱେଲଫେୟାର ଡେଭଲପମେଣ୍ଟ ଏଣ୍ଡ ବିଲଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦବୀରେ ରହିଥିଲେ । ଆନ୍ଧ୍ରପ୍ରଦେଶର ଏହି କମ୍ପାନୀ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ଭଳି ରାଜ୍ୟରେ ନିଜର ଶାଖା ଖୋଲି ଲକ୍ଷଲକ୍ଷ ଟଙ୍କା ଲୁଟ କରୁଥିବାର ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ