Masthead

୩ ଦିନିଆ ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ କିଛି ଦିନ ପୂର୍ବରୁ ଏମଭି ପ୍ରସାଦ ଗିରଫ ହୋଇଥିଲେ । ଏହା ମଧ୍ୟରେ ତାଙ୍କର ଜାମିନ ଆବେଦନକୁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଖାରଜ କରିଥିବାର ସୂଚନା ମିଳିଛି । ଏହା ସହ କ୍ରାଇମବ୍ରାଞ୍ଚ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା କଥା ସାମ୍ନାକୁ ଆସିଛି । କ୍ରାଇମବ୍ରାଞ୍ଚ ଏମ.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡରେ ନେଇ ୧୮ ତାରିଖରେ କୋର୍ଟରେ ହାଜର କରିବାକୁ ଓପିଆଇଡ଼ି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡ଼ି କୋର୍ଟ କ୍ରାଇମବ୍ରାଞ୍ଚକୁ କେଶ ଡ଼ାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ଅପରପକ୍ଷରେ ୨୦୧୯ ମସିହା ଚିଟଫଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ପାଖାପାଖି ୩୫ ଲକ୍ଷରୁ ଅଧିକ ଟଙ୍କା ହେରଫେର କରିଥିବାର ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୱେଲଫେୟାର ଗ୍ରୁପ ଅଫ କମ୍ପାନୀର ଅନ୍ୟତମ ଶାଖା ୱେଲଫେୟାର ଡେଭଲପମେଣ୍ଟ ଏଣ୍ଡ ବିଲଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦବୀରେ ରହିଥିଲେ । ଆନ୍ଧ୍ରପ୍ରଦେଶର ଏହି କମ୍ପାନୀ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ଭଳି ରାଜ୍ୟରେ ନିଜର ଶାଖା ଖୋଲି ଲକ୍ଷଲକ୍ଷ ଟଙ୍କା ଲୁଟ କରୁଥିବାର ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ