Masthead

କରୋନାରେ ଆଖିବୁଜିଲେ ପୂର୍ବତନ ସାଂସଦ

କନ୍ଧମାଳ (ବଡ ଖବର ବ୍ୟୁରୋ): କନ୍ଧମାଳର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ସୁଗ୍ରୀବ ସିଂଙ୍କ କରୋନାରେ ମୃତ୍ୟୁ ହୋଇଛି ଜ୍ଝ ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ଶଳା ଫିଲିମନ ନାୟକ | ସୂଚନା ଅନୁସାରେ ସେ କରୋନାରେ ଆକ୍ରାନ୍ତ ହୋଇ ଗତକାଲି ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ତାଙ୍କ ଶଳାଙ୍କୁ କିମ୍ସ ହସ୍ପିଟାଲରୁ ଖବର ଦେଇଥିଲେ | ତେବେ ସ୍ବର୍ଗତ ପୂର୍ବତନ ସାଂସଦ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ, ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଫୁଲବାଣୀ ସ୍ଥିତ ତାଙ୍କ ସମ୍ପର୍କୀୟ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି |

ସ୍ୱର୍ଗତ ସାଂସଦ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ସେ ଫୁଲବାଣୀ ଏନ୍ଏସି ର ଚେୟାରମ୍ୟାନ ଏବଂ ୨୦୦୪ ରେ ଫୁଲବାଣୀର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମରେ | ସେ ୧ ଅଗଷ୍ଟ ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ପରବର୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେଲାଣି ନିଜ ପରିବାର ସହିତ ଭୁବେନେଶ୍ୱର ସ୍ଥିତ ଆର୍ୟ୍ୟପଲ୍ଲୀ ପ୍ଲଟ ନମ୍ବର -୫୬ରେ ରହୁଥିଲେ ବୋଲି ଜଣାପଡ଼ିଛି !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା