Masthead

ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଜି-୨୦ ବୈଠକ ପାଇଁ ସଜେଇ ହୋଇଛି ଦିଲ୍ଲୀ କ୍ୟାପିଟାଲ । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମେତ ବହୁ ରାଷ୍ଟ୍ରର ନେତା ଓ ପ୍ରତିନିଧି ଯୋଗଦେବେ । ଜି-୨୦ ଶିଖର ସମ୍ମିଳନୀର ବଡ ଆୟୋଜନକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ସରକାର । ସମ୍ମିଳନୀ ପାଇଁ ବଦଳିଯାଇଛି ଦିଲ୍ଲୀର ରୂପରେଖ । ଅତିଥିଙ୍କୁ ସ୍ବାଗତ କରିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ରାସ୍ତାଘାଟ ଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ, ହୋଟେଲ ଆଦିକୁ ସୁନ୍ଦର ଭାବେ ସଜା ଯାଇଛି । ଦିଲ୍ଲୀକୁ ଅତି ଚମତ୍କାର ଭାବେ ସଜାଯାଇଛି । ଯୁଆଡ଼େ ଦେଖିବ ସେଠି ଆକର୍ଷଣୀୟ ସାଜସଜ୍ଜା ।

ଆଲୋକୀକରଣ ସାଙ୍ଗକୁ ରାସ୍ତା ପାର୍ଶ୍ବ, ସମ୍ମିଳନୀ ସ୍ଥଳ, ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନୂଆ ଲୁକ୍ ଦିଆଯାଇଛି । ଅତିଥିମାନେ ରହିବାକୁ ଥିବା ହୋଟେଲ, ସମ୍ମିଳନୀ ସ୍ଥଳ, ରାସ୍ତା ପାର୍ଶ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଖାପାଖି ସାଢେ ୭ ଲକ୍ଷ କୃତ୍ରିମ ଗଛ ଲଗାଯାଇଛି । ରଙ୍ଗ ବେରଙ୍ଗର ବିଭିନ୍ନ ଆକୃତିର ଏହି ଗଛ ଗୁଡ଼ିକ ଯେମିତି ସୁନ୍ଦର ହୋଇଛି ସେତିକି ମନଲୋଭା ବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ