Masthead

ସରକାରଙ୍କୁ ପଶିଲା ଛନକା; ମହାପଞ୍ଚାୟତ ପୂର୍ବରୁ ବନ୍ଦ ହେଲା ଇଣ୍ଟରନେଟ ସେବା

ହରିୟାଣା(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ମୁଜାଫରନଗର ପରେ ଆଜି ହରିୟାଣାର କର୍ଣ୍ଣାଲ ଠାରେ ମହାପଞ୍ଚାୟତ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଗତମାସ ୨୮ ତାରିଖରେ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପ୍ରତିବାଦରେ ସଂଯୁକ୍ତ ମୋର୍ଚ୍ଚା ଏହି ଡ଼ାକରା ଦେଇଥିବାର ସୂଚନା ମିଳିଛି । ବାରମ୍ବାର ସରକାର କୃଷି ଆଇନକୁ ଅଣଦେଖା କରୁଥିବା ବେଳେ ପ୍ରଥମଥର ପାଇଁ ଚାଷୀମାନଙ୍କର ଆନ୍ଦୋଳନରେ ସରକାର ଭୟଭୀତ ହୋଇଥିବାର ଦେଖିବାକୁ ମିଳିଛି । ଏନେଇ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିବାର ସୂଚନା ମିଳିଛି ।

ଅପରପକ୍ଷରେ ମହାସମାବେଶ କରି ଲଘୁ ସଚିବାଳୟକୁ ଘେରାଉ କରିବାକୁ ଚାଷୀଙ୍କର ଯୋଜନା ଥିବାର କଥା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଇଠି ପ୍ରଶ୍ନ ଉଠୁଛି ଯେ ଚାଷୀମାନଙ୍କର ମହାସମାବେଶକୁ ସରକାରଙ୍କ ଏତେ ଡ଼ର କାହିଁକି ? ସାଧାରଣ ଚାଷୀ ନିଜର ହକ ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କ ଏପରି ଆଭିମୁଖ୍ୟକୁ ସହଜରେ ହଜମ କରିପାରୁନାହାଁନ୍ତି ବୁଦ୍ଧିଜୀବି । ଚାଷୀମାନଙ୍କ ଭୟରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ।

ଏହା ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । କର୍ଣ୍ଣାଲ, କୁରୁକ୍ଷେତ୍ର, କ୍ରେଥଲ, ଜିନ୍ଦ ଏବଂ ପାନିପଥ ଏହି ପାଞ୍ଚଟି ଜିଲ୍ଲାରେ ଇଣ୍ଟରନେଟ ଓ ଏସଏମଏସ ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଚାଷୀମାନଙ୍କୁ ସଚିବାଳୟକୁ ଘେରାଉ କରିବାକୁ ଅନୁମତି ମିଳିନାହିଁ ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ ଚାଷୀଙ୍କୁ ରୋକିବା ପାଇଁ ଶହଶହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି । ଅପରପକ୍ଷରେ ଚାଷୀମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟ ସତର୍କତା ଅବଲମ୍ବନ କରିଛି ବୋଲି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା