Masthead

ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେନି ହାଇକମାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ପଞ୍ଜବା କଂଗ୍ରସେ ଅଧ୍ୟକ୍ଷ ପଦରୁ ହଠାତ୍‌ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇ ସମସ୍ତଙ୍କୁ କରିଦେଇଛନ୍ତି ଚକିତ। ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସିଦ୍ଧୁଙ୍କ ଏହି ଇସ୍ତଫା ପତ୍ରକୁ ହାଇକମାଣ୍ଡ ଏଯାଏଁ ସ୍ୱୀକାର କରିନଥିବା ସୂଚନା ମିଳିଛି। ଆଜି ଚଣ୍ଡିଗଡ଼ ଯାଉଛନ୍ତି ବରିଷ୍ଠ ନେତା ହରିଶ ରାୱତ ଓ ହରିଶ ଚୌଧୁରୀ । ସେପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି ।

ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି, ପଞ୍ଜାବର ଭବିଷ୍ୟତ ଓ ବିକାଶର ଏଜେଣ୍ଡାରେ ସେ ସାଲିସ କରିପାରିବେ ନାହିଁ । ତେଣୁ ସଭାପତି ପଦରୁ ସେ ଇସ୍ତଫା ଦେଉଛନ୍ତି । ସେପଟେ ଇସ୍ତଫାକୁ ଟ୍ୱିଇଟ୍ କରି କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ସେ ଲେଖିଛନ୍ତି, ସିଦ୍ଧୁ ଜଣେ ଅସ୍ଥିର ବ୍ୟକ୍ତି, ପଞ୍ଜାବ ଭଳି ସୀମାନ୍ତ ରାଜ୍ୟ ପାଇଁ ସେ ଯୋଗ୍ୟ ନୁହନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି