Masthead

କୁମ୍ଭମେଳା ଆଗରୁ ଆରମ୍ଭ ହୋଇଥିବା ଯାତ୍ରା, ଚାରଧାମ ପୂର୍ବରୁ ଶେଷ ହେଲା

ଡେହରାଡୁନ(ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ଘଟିଥିବା ଘଟଣା, ରାଜନୀତିରେ ପୁଣି ହଲଚଲ ସୃଷ୍ଟି କରିଛି । ଜଣେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଥିବା କହି ଗତକାଲି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ତୀରଥ ସିଂହ ରାୱତ । ତେବେ ତାଙ୍କ କାର୍ଯ୍ୟକାଳ ରାଜ୍ୟରେ କୁମ୍ଭମେଳା ପୂର୍ବରୁ ଆରମ୍ଭ ହୋଇଥିଲା । ଯାହାକି ଚାରଧାମ ଯାତ୍ରା ଶେଷ ହେବା ଆଗରୁ ହିଁ ଶେଷ ହୋଇଛି । ୧୧୫ଦିନ ଧରି ଶାସନ ଗାଦିରେ ବସିଥିଲେ ତୀରଥ । ତୀରଥଙ୍କ ଇସ୍ତଫା ପତ୍ର ସହ ଏବେ ରାଜନୀତିରେ ବି ରୋଚକ ମୋଡ଼ ସୃଷ୍ଟି ହୋଇଛି । ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ମାନସ ମନ୍ଥନ ଆରମ୍ଭ ହୋଇସାରିଛି । ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟରେ ଏବେ ୬ଜଣ ଦାବିଦାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ସତପାଲ ମହାରାଜ ଓ ଧନ ସିଂ ରାୱତ ଆଗରେ ରହିଛନ୍ତି ।

ତେବେ ତୀରଥଙ୍କ ୧୧୫ ଦିନର ଏହି ମୁଖ୍ୟମନ୍ତ୍ରୀ ଯାତ୍ରା ବି ସହଜ ନଥିଲା । ଅନେକ ବାଦ ବିବାଦ ମଧ୍ୟରେ ଫଶିଥିଲେ ସେ । ଆରଏସଏସରୁ ଆରମ୍ଭ କରିଥିଲେ ତୀରଥ ନିଜ ରାଜନୀତି । ପରେ ବିଜେପି କର୍ମୀ ଭାବେ ନିଜ କାର୍ଯ୍ୟ ଜାରି ରଖିଥିଲେ । ରାଜ୍ୟ ସଭାପତି ହେବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତାଙ୍କୁ ମିଳିଥିଲା । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଶିକ୍ଷାମନ୍ତ୍ରୀ ମଧ୍ୟ ହୋଇଥିଲେ ତୀରଥ ସିଂ ରାୱତ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା ରାୱତଙ୍କ ପାଇଁ । ଦ୍ୱିତୀୟ ଲହର ଆରମ୍ଭ ହେଉଥିବା ସମୟରେ ତାଙ୍କ ଆଗରେ ଦୁଇଟି ବଡ଼ ଚ୍ୟାଲେଞ୍ଜ ଆସିଥିଲା । ଗୋଟିଏ ହେଉଛି ଆସ୍ଥା, ଅନ୍ୟଟି ସୁରକ୍ଷା । କିନ୍ତୁ ଆସ୍ଥାକୁ ବଞ୍ଚାଇବାକୁ ଯାଇ କୁମ୍ଭମେଳାକୁ ଅନୁମତି ଦେଇଥିଲେ ତୀରଥ ।

ଏହାପରେ ରାଜ୍ୟରେ ବଢ଼ିଥିଲା କରୋନା କାୟା । ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟାରେ ବି ବ୍ରେକ ଲାଗିନଥିଲା । ଯେଉଁକାରଣରୁ ନୂଆ ମୁଖ୍ୟମନ୍ତ୍ରୀ ହୋଇତିବା ତୀରଥଙ୍କୁ ବହୁ ଟ୍ରୋଲ ହେବାକୁ ପଡ଼ିଥିଲା । ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ବିଚ୍ଛିନ୍ନତା ଖବର ମଧ୍ୟ ବଢ଼ିଥିଲା । ତ୍ରିବେନ୍ଦ୍ର ସିଂ ରାୱତ ଓ ତୀରଥ ସିଂ ରାୱତଙ୍କ ମଧ୍ୟ ତିକ୍ତତା ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ସେହିପରି ଜୁନ ୧୫ରେ ଉତ୍ତରାଖଣ୍ଡ ସରକାରର ଏକ ନିଷ୍ପତ୍ତି ଉତ୍ତରପ୍ରଦେଶର ଚାରଧାମ ଯାତ୍ରାକୁ ସବୁଜ ସଙ୍କେତ ଦେଇଥିଲା ।

ଏଥିରେ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିଲେ । ବାରମ୍ବାର ସରକାରଙ୍କ ଚେତାବନୀ ଦେଇଥିଲେ । କିନ୍ତୁ ସରକାର ଏହାକୁ ଖାତିର ନକରି ଚାରଧାମ ଯାତ୍ରାକୁ ଅନୁମୋଦନ କରିଥିଲେ । ପରେ ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିଲେ । ଜୁଲାଇ ୭ ପର୍ଯ୍ୟନ୍ତ ଏହି ଯାତ୍ରା ନିଷେଧ କରାଯାଇଥିଲା । ଭକ୍ତମାନଙ୍କ ପାଇଁ ଲାଇଭ୍ ଷ୍ଟ୍ରିମିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସୁପ୍ରିମକୋର୍ଟରେ ତୀରଥ ସରକାର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ନିଷ୍ପତ୍ତି ଜଣାପଡିବା ପୂର୍ବରୁ ସେ ସିଏମ ପଦରୁ ଦେଇଥିଲେ ଇସ୍ତଫା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି