Masthead

ମହାପ୍ରଭୁ ଖାଇବେ ପୋଡପିଠା

ପୁରୀ (ବଡ଼ ଖବର ବ୍ୟୁରୋ): ଚାଲିଛି ପୋଡପିଠା ପ୍ରସ୍ତୁତି, ମହକିଲାଣି ବଡଦାଣ୍ଡ । ମାଉସୀ ମା ହାତରୁ ପୋଡପିଠା ଖାଇ ଶ୍ରୀମନ୍ଦିର ବାହୁଡିବେ କାଳିଆ ସାଆନ୍ତ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତା ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀଜିଉ । ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।ଫେରିବା ବାଟରେ ମାଉସୀ ମା’ମନ୍ଦିର ନିକଟରେ ଅଟକିବ ତିନି ଠାକୁରଙ୍କ ରଥ ସେଠାରେ ମାଉସୀ ମା’ଙ୍କ ଠାରୁ ସୁସ୍ବାଦୁ ପୋଡ଼ ପିଠା ଖାଇବେ ତିନି ଠାକୁର ରଥଯାତ୍ରା ଅବସରରେ ମହାପ୍ରଭୁ ନିଜ ଜନ୍ମ ସ୍ଥାନ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ।

ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଚାଲିଛି । ମାଉସୀ ମା’ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରୁଛନ୍ତି । ପୋଡ଼ପିଠା ପ୍ରସ୍ତୁତ କରି ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ବାହୁଡ଼ା ଦିନ ଏହି ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ଏହା ମହାପ୍ରସାଦରେ ପରିଣତ ହେବ ।ମାଉସୀ ମା’ ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ପୋଡ଼ ପିଠାର ପ୍ରସ୍ତୁତି ନିଆରା ।

ମାଉସୀ ମା’ମନ୍ଦିରରପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି, ‘‘ମହାପ୍ରଭୁଙ୍କ ପାଇଁ କୌଣସି ପୋଡ଼ା ଜିନିଷ ଭୋଗ ଭାବରେ ଲାଗି ହୋଇନଥାଏ। ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପୋଡ଼ ପୀଠା ସ୍ବତନ୍ତ୍ର ଭାବେ ବାମ୍ପରେ ସିଝାଯାଇ ଶୁଦ୍ଧ ଘିଅରେ ଛଣା ଯାଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୁଏ’’। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ । ତେବେ ଯଦିଓ ଏହାର ନାମ ପୋଡ଼ ପିଠା ରହିଛି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ । ଏହାକୁ ବାମ୍ଫରେ ସିଝାଯାଇ ଦେଶୀ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା 🔴 ଜିମ୍ବାୱେଙ୍କୁ ଟକର୍ ଦେବ ଶ୍ରେୟସଙ୍କ ବାହିନୀ 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା 🔴 ଜିମ୍ବାୱେଙ୍କୁ ଟକର୍ ଦେବ ଶ୍ରେୟସଙ୍କ ବାହିନୀ