Masthead

ରଥରେ ନର ବିରାଳରୁ ମୁହାଁମୁହିଁ

ପୁରୀ (ବଡ଼ ଖବର ବ୍ୟୁରୋ): ଶାସ୍ତ୍ର ଅନୁମୋଦିତ ରଥ ନିର୍ମାଣ ପ୍ରକ୍ରିୟା । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ତିଆରି ହେଉଛି ତିନି ରଥ । ରଥରେ ନର ବିରାଳ ରୂପ କରାଯିବାକୁ ନେଇ ସୋମବାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାକୁ ନେଇ ରଥଖଳାରେ ରୂପକାର ଓ ବିଶ୍ୱକର୍ମା ମୁହାଁମୁହିଁ ହୋଇଛନ୍ତି । ଏଭଳି ପ୍ରତିମୂର୍ତ୍ତି ଲାଗିବାରେ ରଥ ନିର୍ମାଣ ପରମ୍ପରା ଭଙ୍ଗ ହୋଇଥିବା ଅଭିଯୋଗ କରିଛନ୍ତି ବିଶ୍ୱକର୍ମା । ରୂପକାରମାନେ ଏହାକୁ ଖଣ୍ଡନ କରିଛନ୍ତି ।

ରଥ ଦାଣ୍ଡରେ ଲାଗିଛି ଅଂଶୁଆରୀ କିମ୍ବା ପଟାଗୁଜ । ବିଶ୍ୱକର୍ମାଙ୍କ ଭାଷାରେ ଅଂଶୁଆରୀ ଓ ରୂପକାର କୁହନ୍ତି ପଟାଗୁଜ । ସେଥିରେ ନିର୍ମାଣ ହୋଇଛି ନର ବିରାଳ ପ୍ରତିମୂର୍ତ୍ତି । ମନୁଷ୍ୟ ମୁହଁ ପଶୁର ଶରୀର । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ ଟି ଲେଖାଏଁ ଓ ଦେବଦଳନ ରଥରେ ୮ଟି ପଟାଗୁଜ ରହିଛି । ପଟାଗୁଜରେ ରୂପକାର ଖୋଦେଇ କରିବାପରେ ଚିତ୍ରକାର ଏହାକୁ ରଙ୍ଗ ଦେଇଛନ୍ତି । ଏହା ରଥରେ ଲାଗିବା ପରେ ବିଶ୍ୱକର୍ମା ଏନେଇ ଆପତ୍ତି ଉଠାଇଥିଲେ ।

ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ନର ବିରାଳ ରଥରେ ଲାଗିବା ଆମେ ଆଦୌ ଦେଖି ନାହୁଁ । ଏପରିକି ଆମ ଠାରୁ ଅଧିକ ବର୍ଷ କାମ କରିଥିବା ନିର୍ମାଣକାରୀଙ୍କ ମଧ୍ୟ ଏହି ମତ । ଚଳିତ ବର୍ଷ ନୂଆ କରି ଏଭଳି ପ୍ରତିମୂର୍ତ୍ତି ଲାଗିଛି । ଯାହାକି ରଥନିର୍ମାଣ ପରମ୍ପରାର ଉଲ୍ଲଂଘନ ହୋଇଛି । ରୂପକାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହାକୁ ଖଣ୍ଡନ କରି କୁହନ୍ତି ନର ବରାଳ ଆମେ ପ୍ରତି ବର୍ଷ କରୁ । ଏଥିରେ ନିର୍ମାଣ ପରମ୍ପରାରେ କୌଣସି ସମସ୍ୟା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ