Masthead

ଲୁଟେରାଙ୍କ ମାଧ୍ୟମ ୟୁଟ୍ୟୁବ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆ , ବର୍ତ୍ତମାନ ଲୋକଙ୍କ ଜରିଆ ପାଲଟିଛି । ଖବରଠାରୁ ମନୋରଞ୍ଜନ, ଶିକ୍ଷା ଓ ପାରିପାରିର୍ଶୀକ ଖବର ଗୋଟେ ଚୁଟକିରେ ହାତ ପାଖରେ । ପିଲାଠାରୁ ବୁଢ଼ା ସମସ୍ତେ ସକାଳୁ ଉଠିବା ପରଠାରୁ ରାତିରେ ଶୋଇବା ପର୍ୟ୍ୟନ୍ତ ସୋସିଆଲ ମିଡ଼ିଆରେ ଅବଗତ ଥାଆନ୍ତି , ସେ ୟୁଟ୍ୟୁବ୍ ହେଉ କି ଫେସବୁକ୍ ହେଉ ।

କିନ୍ତୁ ବର୍ତ୍ତମାନ ସାଧାରଣ ଲୋକ ଲୁଟେରା ପାଲଟିଛନ୍ତି ଏହି ୟୁଟ୍ୟୁବ୍ ମାଧ୍ୟମରେ। ଆମେ କହୁନୁ ୟୁଟ୍ୟୁବ୍ ଯେ ଖାଲି ଲୁଟେରା ମାନଙ୍କ ଲୁଟ୍ ପାଇଁ ବ୍ୟବହାର ପାଇଁ ଉପୋଯୋଗୀ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ୟୁଟ୍ୟୁବ୍ ଜରିଆରେ ଲୋକେ ଜାଣି ବାକୁ ପାଇଥାନ୍ତି ।
ଗତ ଦୁଇ ଦିନ ରେ ଦୁଇ ଟି (ଏ ଟି ଏମ୍ )ରୁ ହୋଇଛି ଲୁଟ୍ । ସେ ପୁଣି ଅତ୍ୟାଧୁନିକ ପ୍ରଣାଳୀରେ । ସୂଚନା ଅନୁସାରେ ଭୁବନେଶ୍ୱର ପଟିଆ ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିଏମ୍ ଓ କଟକରେ ଥିବା ଏକ ଏଟିଏମ୍ ରୁ ହୋଇଛି ଲୁଟ୍ । କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ ଲୁଟେରା ମାନେ ଗ୍ୟାସ କଟର ସାହାର୍ଯ୍ୟରେ କରୁଥିଲେ ଲୁଟ୍ । ପୁରା ସମାନ ଢଙ୍ଗରେ ଦୁଇଟି ସହରର ଦୁଇଟି (ଏ ଟି ଏମ୍ ) ରୁ ହୋଇଛି ଲୁଟ୍ ।

ପୋଲିସ୍ ସୂଚନା ଅନୁସାରେ ଲୁଟେରାମାନେ ୟୁଟ୍ୟୁବ୍ ମାଧ୍ୟମରେ ଶିଖିନ୍ତି ଲୁଟ୍ ର ପ୍ରଣାଳୀ । ତାପରେ କରନ୍ତି ଏଟିଏମ୍ ଲୁଟ୍ । ଖାଲି ଏଟିଏମ୍ ନୁହେଁ ବ୍ୟାଙ୍କ୍ ରୋବାରି ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ରାଜଧାନୀ ଭୁବନେଶ୍ଵରର ଦୁଇଟି ବ୍ୟାଙ୍କ୍ ଚୋରି କରିଥିବା ଅପରାଧୀ ମଧ୍ୟ ତାର ବୟାନରେ ପୋଲିସକୁ ସୂଚନା ଦେଇଥିବା ଜଣା ପଡ଼ିଛି । ତେଣୁ ୟାଉପରେ ମଧ୍ୟ କିଛି କଟକଣା ଲଗେଇବା ପାଇଁ ଏବେ ଜନଚର୍ଚ୍ଚା ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ