Masthead

ରାଜ୍ୟରେ କମୁଛି ଝିଅ ସଂଖ୍ୟା, ଆଗରେ ରହିଛି କଟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗ କାଳରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦେଉଥିଲେ । ବଂଶ ବଢାଇବାରେ ପୁଅର ଭୂମିକା ଅଧିକ ଥିବାରୁ ଝିଅକୁ ନାପସନ୍ଦ କରୁଥିଲେ । ଝିଅ ଜନ୍ମ ହେବ ଆଶଙ୍କାରେ ଅନେକ ମା ସେମାନଙ୍କର ମାତୃତ୍ୱ ହରାଉଥିଲେ । ଏଭଳି ଏକ ମାନସିକତା ସମଗ୍ର ବିଶ୍ୱକୁ କବଳିତ କରିଥିଲା । ବର୍ତ୍ତମାନ ଆଧୁନିକ ଯୁଗରେ ଏବେ ଝିଅକୁ ନେଇ ଚିନ୍ତାଧାରା ବଦଳିଛି । ପୁଅ ଭଳି ଝିଅଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି । ପୂର୍ବରୁ ଯେପରି ଝିଅ ସଂଖ୍ୟା କମୁଥିଲା ତାହା ଏବେ ମଧ୍ୟ ବଳବତ୍ତର ରହିଛି । ଏହି କ୍ରମରେ ଝିଅ ଜନ୍ମ ହ୍ରାସ ପାଇବାରେ କଟକ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ।

୨୦୧୫-୧୬ ମସିହାରେ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୯୮୭ ଝିଅ ଜନ୍ମ ହେଉଥିଲେ । କିନ୍ତୁ ୨୦୧୯ ରୁ ୨୦୨୧ ମଧ୍ୟରେ ହଜାରେ ପୁଅରେ ୭୪୫ ଜଣ ଝିଅ ଜନ୍ମ ହେଉଛନ୍ତି । କଟକ ପଛକୁ ପୁରୀ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୭୬୨ ଝିଅ ଜନ୍ମ ହେଉଛନ୍ତି ।ରିପୋର୍ଟ ମୁତାବକ, ୨୦୧୫-୧୬ ବର୍ଷରେ ରାଜ୍ୟର ବରଗଡ଼, ଭଦ୍ରକ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, କୋରାପୁଟ, ସମ୍ବଲପୁର, ଓ ନୂଆପଡ଼ା ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୧୦୨୫ ରହିଥିବା ବେଳେ କୋରାପୁଟରେ ୧୦୧୪ ଓ ସମ୍ବଲପୁରରେ ୧୦୬୧ ରହିଛି । ଏପରିକି ପୂର୍ବରୁ ଝିଅ ଜନ୍ମ ହ୍ରାସ ପାଇବାରେ ଖରାପ ରୋକର୍ଡ ସୃଷ୍ଟି କରିଥିବା ନୟାଗଡ଼ରେ ସ୍ଥିତିରେ ଯଥେଷ୍ଟ ଉନ୍ନତ୍ତି ଆସିଛି । ନୟାଗଡ଼ରେ ୨୦୧୫-୧୬ରେ ପ୍ରତି ୧୦୦୦ ପୁଅରେ ଝିଅ ଜନ୍ମ ସଂଖ୍ୟା ୭୨୫ ଥିବା ବେଳେ ୨୦୧୯ ରୁ ୨୦୨୧ ଭିତରେ ଝିଅ ଜନ୍ମ ସଂଖ୍ୟା ୮୪୫ ରହିଛି ।

୨୦୨୨ ଜାନୁଆରୀରୁ ମାର୍ଚ୍ଚ ଭିତରେ କଟକ ଜିଲ୍ଲାର ସହରାଞ୍ଚଳରେ ୨୧ ଜଣ ମହିଳାଙ୍କ ପ୍ରସବକାଳୀନ ମୃତ୍ୟୁ ଘଟୁଥିବା ବେଳେ, ସମଗ୍ର ଜିଲ୍ଲାରେ ଜନ୍ମରୁ ୧ ବର୍ଷ ମଧ୍ୟରେ ଏହି ୩ ମାସ ମଧ୍ୟରେ ୪୮୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଅଧିକ ଚିନ୍ତାର ବିଷୟ ଏହି ୩ ମାସରେ ୪୦ ଶିଶୁଙ୍କର ମୃତ୍ୟୁ ମାତୃଗର୍ଭରେ ହୋଇଛି ।୧୮ ବର୍ଷ ବୟସ ପୂର୍ବରୁ ଜିଲ୍ଲାରେ ୧୪ ପ୍ରତିଶତରୁ ଅଧିକ ଝିଅ ବିବାହ କରିବା ପଛରେ ପ୍ରଶାସନିକ ଦୁର୍ବଳତା ଦେଖାଇଛି । ପ୍ରତି ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ସରକାର ନିଯୁକ୍ତି କରିଥିବା ବେଳେ ସେମାନଙ୍କ ନିଷ୍କ୍ରିୟତା ଏଠାରେ କାରଣ ପାଲଟିଛି । କଟକ ଅଂଚଳର ଏଭଳି ଚିନ୍ତା ଜନକ ଚିତ୍ର ଉପରେ ତର୍ଜମା କଲେ ସରକାରଙ୍କ ବିଭିନ୍ନ ଯୋଜନା ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ବିଶେଷ କରି ଝିଅ ଜନ୍ମ ସଂଖ୍ୟା କମିବା ପଛରେ ବେଆଇନ ଭ୍ରୁଣ ଲିଙ୍ଗ ନିରୂପଣ ଆଡକୁ ଅଙ୍ଗୁଳି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ