Masthead

ରାଜ୍ୟରେ କମୁଛି ଝିଅ ସଂଖ୍ୟା, ଆଗରେ ରହିଛି କଟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗ କାଳରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦେଉଥିଲେ । ବଂଶ ବଢାଇବାରେ ପୁଅର ଭୂମିକା ଅଧିକ ଥିବାରୁ ଝିଅକୁ ନାପସନ୍ଦ କରୁଥିଲେ । ଝିଅ ଜନ୍ମ ହେବ ଆଶଙ୍କାରେ ଅନେକ ମା ସେମାନଙ୍କର ମାତୃତ୍ୱ ହରାଉଥିଲେ । ଏଭଳି ଏକ ମାନସିକତା ସମଗ୍ର ବିଶ୍ୱକୁ କବଳିତ କରିଥିଲା । ବର୍ତ୍ତମାନ ଆଧୁନିକ ଯୁଗରେ ଏବେ ଝିଅକୁ ନେଇ ଚିନ୍ତାଧାରା ବଦଳିଛି । ପୁଅ ଭଳି ଝିଅଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି । ପୂର୍ବରୁ ଯେପରି ଝିଅ ସଂଖ୍ୟା କମୁଥିଲା ତାହା ଏବେ ମଧ୍ୟ ବଳବତ୍ତର ରହିଛି । ଏହି କ୍ରମରେ ଝିଅ ଜନ୍ମ ହ୍ରାସ ପାଇବାରେ କଟକ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ।

୨୦୧୫-୧୬ ମସିହାରେ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୯୮୭ ଝିଅ ଜନ୍ମ ହେଉଥିଲେ । କିନ୍ତୁ ୨୦୧୯ ରୁ ୨୦୨୧ ମଧ୍ୟରେ ହଜାରେ ପୁଅରେ ୭୪୫ ଜଣ ଝିଅ ଜନ୍ମ ହେଉଛନ୍ତି । କଟକ ପଛକୁ ପୁରୀ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୭୬୨ ଝିଅ ଜନ୍ମ ହେଉଛନ୍ତି ।ରିପୋର୍ଟ ମୁତାବକ, ୨୦୧୫-୧୬ ବର୍ଷରେ ରାଜ୍ୟର ବରଗଡ଼, ଭଦ୍ରକ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, କୋରାପୁଟ, ସମ୍ବଲପୁର, ଓ ନୂଆପଡ଼ା ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୧୦୨୫ ରହିଥିବା ବେଳେ କୋରାପୁଟରେ ୧୦୧୪ ଓ ସମ୍ବଲପୁରରେ ୧୦୬୧ ରହିଛି । ଏପରିକି ପୂର୍ବରୁ ଝିଅ ଜନ୍ମ ହ୍ରାସ ପାଇବାରେ ଖରାପ ରୋକର୍ଡ ସୃଷ୍ଟି କରିଥିବା ନୟାଗଡ଼ରେ ସ୍ଥିତିରେ ଯଥେଷ୍ଟ ଉନ୍ନତ୍ତି ଆସିଛି । ନୟାଗଡ଼ରେ ୨୦୧୫-୧୬ରେ ପ୍ରତି ୧୦୦୦ ପୁଅରେ ଝିଅ ଜନ୍ମ ସଂଖ୍ୟା ୭୨୫ ଥିବା ବେଳେ ୨୦୧୯ ରୁ ୨୦୨୧ ଭିତରେ ଝିଅ ଜନ୍ମ ସଂଖ୍ୟା ୮୪୫ ରହିଛି ।

୨୦୨୨ ଜାନୁଆରୀରୁ ମାର୍ଚ୍ଚ ଭିତରେ କଟକ ଜିଲ୍ଲାର ସହରାଞ୍ଚଳରେ ୨୧ ଜଣ ମହିଳାଙ୍କ ପ୍ରସବକାଳୀନ ମୃତ୍ୟୁ ଘଟୁଥିବା ବେଳେ, ସମଗ୍ର ଜିଲ୍ଲାରେ ଜନ୍ମରୁ ୧ ବର୍ଷ ମଧ୍ୟରେ ଏହି ୩ ମାସ ମଧ୍ୟରେ ୪୮୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଅଧିକ ଚିନ୍ତାର ବିଷୟ ଏହି ୩ ମାସରେ ୪୦ ଶିଶୁଙ୍କର ମୃତ୍ୟୁ ମାତୃଗର୍ଭରେ ହୋଇଛି ।୧୮ ବର୍ଷ ବୟସ ପୂର୍ବରୁ ଜିଲ୍ଲାରେ ୧୪ ପ୍ରତିଶତରୁ ଅଧିକ ଝିଅ ବିବାହ କରିବା ପଛରେ ପ୍ରଶାସନିକ ଦୁର୍ବଳତା ଦେଖାଇଛି । ପ୍ରତି ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ସରକାର ନିଯୁକ୍ତି କରିଥିବା ବେଳେ ସେମାନଙ୍କ ନିଷ୍କ୍ରିୟତା ଏଠାରେ କାରଣ ପାଲଟିଛି । କଟକ ଅଂଚଳର ଏଭଳି ଚିନ୍ତା ଜନକ ଚିତ୍ର ଉପରେ ତର୍ଜମା କଲେ ସରକାରଙ୍କ ବିଭିନ୍ନ ଯୋଜନା ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ବିଶେଷ କରି ଝିଅ ଜନ୍ମ ସଂଖ୍ୟା କମିବା ପଛରେ ବେଆଇନ ଭ୍ରୁଣ ଲିଙ୍ଗ ନିରୂପଣ ଆଡକୁ ଅଙ୍ଗୁଳି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା