Before Header

ରାଜ୍ୟରେ କମୁଛି ସଂକ୍ରମଣ

0 32

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୯୭୮୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୧୦୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୪ଜଣ, ବରଗଡ଼ ଜିଲ୍ଲାରୁ ୧୩ଜଣ, ଭଦ୍ରକ ଜିଲ୍ଲାରୁ ୯୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ଜଣ, ବୌଦ୍ଧ ଜିଲ୍ଲାରୁ ୩୯୭ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୩ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୮୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୬ଜଣ, କଳାହାଣ୍ଡି ଜିଲ୍ଲାରୁ ୯ଜଣ, କନ୍ଧମାଳ ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୨୯ଜଣ, କୋରାପୁଟ ଜିଲ୍ଲାରୁ ୩୨ଜଣ, ମାଲକାନଗିରି ଜିଲ୍ଲାରୁ ୩୨ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ନୟାଗଡ଼ ଜିଲ୍ଲାରୁ ୬୨ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୭୪ଜଣ, ରାୟଗଡ଼ା ଜିଲ୍ଲାରୁ ୩୩ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ଜଣ, ସୋନପୁର ଜିଲ୍ଲାରୁ ୧୭ଜଣ, ସୁନ୍ଦରଗଡ଼ରୁ ୬୪ଜଣ, ଷ୍ଟେଟ ପୁଲ୍‌ରୁ ୧୦୧ଜଣ ରହିଛନ୍ତି ।

Leave A Reply

Your email address will not be published.