Masthead

ଟାଟା ନିଷ୍ପତିକୁ ଓଇଆରସିଙ୍କ ସମ୍ମତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦଖଲ ହୋଇଥିବା ରିଭ୍ୟୁ ପିଟିସନ ଖାରଜ ହୋଇଛି । ପଟିସନରେ ଅନେକ ତ୍ରୁଟି ଥିବା ଦେଖାଇ ଆୟୋଗ ଏହାକୁ ଖାରଜ କରିଦେଇଛନ୍ତି । ଦର ବୃଦ୍ଧି ନିର୍ଦ୍ଦେଶାନାମାରେ ପୁନଃ ସମୀକ୍ଷା ବଦଳରେ ପିଟିସନ ଏକ ଅପିଲ ବୋଲି ଆୟୋଗ କହିଛନ୍ତି । ଯାହାଦ୍ୱାରା ଦର ବୃଦ୍ଧି ବଳବତ୍ତର ରହିଛି । ଦରବୃଦ୍ଧି ବିରୋଧରେ ଆନନ୍ଦ ମହାପାତ୍ର ଓଇଆରସିଙ୍କ ନିକଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ପରେ ବିଭିନ୍ନ ପକ୍ଷର ଶୁଣାଣି କରାଯାଇଥିଲା ।

ପରବର୍ତ୍ତୀ ସମୟରେ ବିଦ୍ୟୁତ ଆଇନ ୨୦୦୩, ଟାରିଫ ପଲିସି ଜାତୀୟ ନୀତି ଓ ଅନ୍ୟ ରେଗୁଲେସନ ବିଚାରକୁ ନିଆଯାଇ ବୃଦ୍ଧି ଘୋଷଣା କରାଯାଇଛି । ପୂର୍ବରୁ ହୋଇଥିବା ନିର୍ଦ୍ଦେଶନାମାର ରିଭ୍ୟୁ କରିବା ଲାଗି ପିଟିସନରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ । ଆବେଦନକାରୀ ପିଟିସନ ତଥ୍ୟ ଆଧାରିତ ନୁହେଁ ବୋଲି ଆୟୋଗ ଦର୍ଶାଇଛନ୍ତି । ସେପଟେ କମିସନଙ୍କ ନିକଟରେ ଗ୍ରିଡକୋ ଓ ଓଟପିସିଏଲ ହୋଇଥିବା ଶୁଣାଣିର ରାୟ ଆସି ନଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ