Masthead

ନିର୍ବାଚନ ଅଧିକାରୀଙ୍କ ନାଁରେ କେସ୍ ଦାୟର କଲେ ସୂଚନାଅଧିକାର କର୍ମୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତର ଦୁର୍ନୀତି ଏବେ ଚରମ ସୀମାରେ । ବିଭାଗୀୟ ଅଧିକାରୀଙ୍କୁ ହାତ ବାରିସ କରି ପୂର୍ବତନ ଜିଆରଏସ, ସରପଞ୍ଚ,ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ୨୦୨୦ ଠାରୁ ୨୦୨୩ ମସିହା ମଧ୍ୟରେ ମନରେଗା କାର୍ଯ୍ୟ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଥିଲା ।  ପ୍ରଥମେ ଏହି ବିଷୟରେ ପଂଚାୟତବାସୀ ଚାନ୍ଦବାଲି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ପରେ ଏହି ମନରେଗା  କାର୍ଯ୍ୟର ସମ୍ପୂର୍ଣ ତଥ୍ୟ ପାଇଁ ଶରତ ସେନାପତି ନାମକ ଜଣେ ଯୁବକ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ମାଗିଥିଲେ ।  ଚାନ୍ଦବାଲି ବିଡ଼ିଓ କୌଣସି ତଥ୍ୟ ନ ଦେବାରୁ ପୁନଶ୍ଚ ଏହି ବିଷୟରେ ରାଜ୍ୟ ଲୋକାୟୁକ୍ତଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ  ।   ସମସ୍ତ ତଥ୍ୟ ଏବଂ ପ୍ରମାଣ ପାଇବା ପରେ ରାଜ୍ୟ ଲୋକାୟୁତ ଗୋପୀନାଥ ପୁର ପଂଚାୟତର ତତ କାଳୀନ ଜିଆରଏସ, ସରପଞ୍ଚ, ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏବଂ ବତ୍ତର୍ମାନ ର ସରପଞ୍ଚଙ୍କୁ ପକ୍ଷ୍ୟ ଭୁକ୍ତ କରି କେସ୍ ନଂ  ୧୩୪/୨୦୨୩ ମୂଳେ ସେମାନଙ୍କ ପାଖକୁ ନୋଟିସ ପଠାଇବା ସହ ସେମାନଙ୍କୁ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ