Masthead

ନିର୍ବାଚନ ଅଧିକାରୀଙ୍କ ନାଁରେ କେସ୍ ଦାୟର କଲେ ସୂଚନାଅଧିକାର କର୍ମୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତର ଦୁର୍ନୀତି ଏବେ ଚରମ ସୀମାରେ । ବିଭାଗୀୟ ଅଧିକାରୀଙ୍କୁ ହାତ ବାରିସ କରି ପୂର୍ବତନ ଜିଆରଏସ, ସରପଞ୍ଚ,ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ୨୦୨୦ ଠାରୁ ୨୦୨୩ ମସିହା ମଧ୍ୟରେ ମନରେଗା କାର୍ଯ୍ୟ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଥିଲା ।  ପ୍ରଥମେ ଏହି ବିଷୟରେ ପଂଚାୟତବାସୀ ଚାନ୍ଦବାଲି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ପରେ ଏହି ମନରେଗା  କାର୍ଯ୍ୟର ସମ୍ପୂର୍ଣ ତଥ୍ୟ ପାଇଁ ଶରତ ସେନାପତି ନାମକ ଜଣେ ଯୁବକ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ମାଗିଥିଲେ ।  ଚାନ୍ଦବାଲି ବିଡ଼ିଓ କୌଣସି ତଥ୍ୟ ନ ଦେବାରୁ ପୁନଶ୍ଚ ଏହି ବିଷୟରେ ରାଜ୍ୟ ଲୋକାୟୁକ୍ତଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ  ।   ସମସ୍ତ ତଥ୍ୟ ଏବଂ ପ୍ରମାଣ ପାଇବା ପରେ ରାଜ୍ୟ ଲୋକାୟୁତ ଗୋପୀନାଥ ପୁର ପଂଚାୟତର ତତ କାଳୀନ ଜିଆରଏସ, ସରପଞ୍ଚ, ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏବଂ ବତ୍ତର୍ମାନ ର ସରପଞ୍ଚଙ୍କୁ ପକ୍ଷ୍ୟ ଭୁକ୍ତ କରି କେସ୍ ନଂ  ୧୩୪/୨୦୨୩ ମୂଳେ ସେମାନଙ୍କ ପାଖକୁ ନୋଟିସ ପଠାଇବା ସହ ସେମାନଙ୍କୁ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି