Masthead

ଲକଡାଉନ ପାଇଁ ୧୫% ହ୍ରାସ ହେଲା ଓଜନ ସ୍ତର

(ବଡ଼ ଖବର ବ୍ୟୁରୋ): ଲକଡାଉନ କମାଇଛି ନାଇଟ୍ରୋଜେନ ଅକ୍ସାଇଡ୍ ନିର୍ଗମନ । ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ । ମହାମାରୀ କରୋନାର ଭୟାବହତାର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ବିଶ୍ୱବ୍ୟାପି ଲକଡାଉନ ଓ ସଟଡାଉନ ପରି କଡା କଟକଣା ଲାଗୁ ହୋଇଥିଲା । ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । କୋଟି କୋଟି ଲୋକ ଚାକିରୀ ହରାଇ ବେକାର ହୋଇଯାଇଥିଲେ । ସେଭଳି କଟକଣା ପରୋକ୍ଷରେ ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥିବା ଦକ୍ଷିଣ କାଲିଫର୍ଣ୍ଣିଆ ସ୍ଥିତ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜେଟ୍‌ ପ୍ରପଲସନ୍‌ ପରୀକ୍ଷାଗାରର ବୈଜ୍ଞାନିକମାନେ କହିଛନ୍ତି ।

ବିଭିନ୍ନ ସ୍ଥାନରେ କଳକାରଖାନା ଓ ଗାଡ଼ିମୋଟର ଚଳାଚଳ ବନ୍ଦ ହେବା କାରଣରୁ ବାୟୁମଣ୍ଡଳକୁ ବିଷାକ୍ତ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ବା ଯବକ୍ଷାରାମ୍ଳ ବାଷ୍ପର ନିର୍ଗମନ ଯଥେଷ୍ଟ କମିଯାଇଛି । ଫଳରେ ଏହାଦ୍ବାରା ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟହାନିକାରକ ଓଜୋନ୍‌ ବାଷ୍ପ ପରିମାଣ ୧୫ ପ୍ରତିଶତ କମିଯାଇଛି ବୋଲି ସେମାନେ ଆକଳନ କରିଛନ୍ତି । ୨୦୨୦ ଜୁନ୍‌ ସୁଦ୍ଧା ଏତିକି ପରିମାଣର ଓଜୋନ୍‌ ସ୍ତର ହ୍ରାସ ପାଇଁ ବିଶ୍ୱ ସମୁଦାୟର ଦୀର୍ଘ ପନ୍ଦର ବର୍ଷର ସ୍ୱାଭାବିକ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ ପଡୁଥିବା ବେଳେ କୋଭିଡ୍‌ କଟକଣା ଯୋଗୁଁ ତାହା ଆପଣା ଛାଏଁ ହାସଲ ହୋଇପାରିଥିବାରୁ ସେମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି