Masthead

ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଜବତ, ୨ ଗିରଫ

ପାଳଲହଡ଼ା, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳରେ ହାତୀ ଉପଦ୍ରବ କାରଣରୁ ସମସ୍ତ ଵନ କର୍ମଚାରୀ ଧାନ ଫସଲକୁ ସୁରକ୍ଷା ଦେଉଛନ୍ତି। ତେବେ ଏହାର ଫାଇଦା ଉଠାଉଛନ୍ତି ଚୋରା କାଠ ବେପାରୀ। ସୀମିତ କର୍ମଚାରୀ ସତ୍ତ୍ୱେ ଵିଭିନ୍ନ ସମୟରେ କାଠମାଫିଆ ଓ ସେମାନେ ବ୍ୟବହାର କରୁଥିବା ଯାନବାହାନ ଜବତ କରିବାରେ ସଫଳତା ଅର୍ଜନ କରିଛି ଖମାର ବନ ବିଭାଗ। ୫ ତାରିଖ ସନ୍ଧ୍ୟାରେ କଣିହାଁ ଅଞ୍ଚଳ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ ଚୋରାଚାଲାଣ ହେଉଥିବା ଖବର ପାଇ ଵନପାଳ ପ୍ରଦୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ଭାଲୁକି ଛକଠାରେ ଜଗିରହିଥିଲେ। ଉକ୍ତ କାଠବୋଝେଇ ଭ୍ୟାନକୁ ଦେଖିବା ମାତ୍ରେ ଗାଡ଼ିଚାଳକ ଓ ସହଯୋଗୀଙ୍କୁ କାବୁ କରିନେଇଥିଲେ ଵନକର୍ମଚାରୀ। ୪୦ଖଣ୍ଡ ଶାଳକାଠ, ପିକଅପ ଭ୍ୟାନ ସହିତ ଗାଡ଼ି ଚାଳକ ହେମନ୍ତ କୁମାର ପାଣି ଓ ସହଯୋଗୀ ଅନିରୁଦ୍ଧ ସାହୁଙ୍କୁ ଗିରଫ କରିଛି ବନ ବିଭାଗ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ