Masthead

‘ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ସମ୍ବିଧାନକୁ ବଦଳାଇ ‘ନରେନ୍ଦ୍ର ମୋଦି ସମ୍ବିଧାନ’ କରିଦେବେ’

ବିହାର (ବଡ଼ ଖବର ବ୍ୟୁରୋ):  ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ (ଇଣ୍ଡିଆ) ପ୍ରସ୍ତୁତିରେ ଲାଗିପଡିଲାଣି । ଏଯାଏଁ ବିରୋଧୀ ୨ଟି ବଡ ବୈଠକ କରିସାରିଲେଣି । ତୃତୀୟ ବୈଠକ ଖୁବଶୀଘ୍ର ମୁମ୍ବାଇରେ କରିବାକୁ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଆଗକୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ବଛାଯିବ ସେନେଇ କୌଣସି ଘୋଷଣା ହୋଇନାହିଁ । ଅନ୍ୟପଟେ ଜେଡିୟୁ କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ସାମ୍ନାକୁ ଆଣିଛି । ଲୋକେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଜେଡିୟୁ ନେତା ଜମା ଖାନ୍ । ସେପଟେ ନୀତୀଶ କୁମାର ଅନେକ ଥର ମଧ୍ୟ କହିଛନ୍ତି ତାଙ୍କର ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ନାହିଁ ।

ସେ କେବଳ ବିରୋଧୀମାନଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ବୈଠକରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପାଇଁ ନୀତୀଶଙ୍କ ନାମକୁ କୁହାଯାଇଛି । ଯାହାକୁ ନେଇ ଜେଡିୟୁ ନେତା ଜମା ଖାନ କହିଛନ୍ତି ଦେଶର ଜନତା ଚାହୁଁଛନ୍ତି ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ । କିନ୍ତୁ ଏଯାଏଁ ନୀତୀଶ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କହିଛନ୍ତି ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଡ. ବିଆର ଆମ୍ବେଦକରଙ୍କ ଦ୍ୱାରା ହୋଇଥିବା ସମ୍ବିଧାନକୁ ବଦଳାଇ ‘ନରେନ୍ଦ୍ର ମୋଦି ସମ୍ବିଧାନ’ କରିଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି