ଆଜିଠୁ ଉଡିବ ବିମାନ

ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନ ଉଡାଣ ଆରମ୍ଭ । ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ମୁମ୍ବାଇରୁ ଆସୁଥିବା ବିମାନକୁ ୱାଟର କେନନ୍ରେ ସ୍ୱାଗତ କରାଯିବା ସହ କେକ୍ କଟାଯିବ । ଦିନ ୧୨ ଟା ୩୦ମିନିଟରେ ମୁମ୍ବାଇରୁ ବିମାନ ଝାରସୁଗୁଡାରେ ପହଂଚିବ । ଏବଂ ୫ଟା ୪୦ମିନିଟରେ ବାଙ୍ଗାଲୁରୁରୁ ଆସି ଝାରସୁଗୁଡାରେ ପହଁଚିବ । ଏହି ୪ ସେକ୍ଟରକୁ ସ୍ପାଇସଜେଟର ବୋଇଂ ୭୩୭ ବିମାନ ସପ୍ତାହକୁ ୪ଦିନ ଚଳାଚଳ କରିବ ।

ଗୁରୁବାର, ଶନିବାର ଓ ରବିବାର ବିମାନ ମୁମ୍ବାଇରୁ ସକାଳ ୯ଟାରେ ବାହାରି ୧୧ଟାରେ ଝାରସୁଗୁଡାରେ ପହଁଚିବ । ପୂର୍ବାହ୍ନ ୧୧ଟା ୪୦ରେ ଝାରସୁଗୁଡାରୁ ବାହାରି ଅପରାହ୍ନ ୧ଟା ୫୦ରେ ବାଙ୍ଗାଲୁରୁରେ ପହଁଚିବ । ବାଙ୍ଗାଲୁରୁରୁ ଅପରାହ୍ନ ୨ଟା୩୦ରେ ବାହାରି ଝାରସୁଗୁଡାରେ ୪ଟା ୪୦ରେ ପହଁଚିବ । ଝାରସୁଗୁଡାରୁ ସନ୍ଧ୍ୟା ୫ଟା ୧୦ରେ ବାହାରି ୭ଟା ୩୦ରେ ମୁମ୍ବାଇରେ ପହଁଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ସ୍ପାଇସଜେଟ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’