Masthead

ଆଜିଠୁ ଉଡିବ ବିମାନ

ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନ ଉଡାଣ ଆରମ୍ଭ । ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ମୁମ୍ବାଇରୁ ଆସୁଥିବା ବିମାନକୁ ୱାଟର କେନନ୍ରେ ସ୍ୱାଗତ କରାଯିବା ସହ କେକ୍ କଟାଯିବ । ଦିନ ୧୨ ଟା ୩୦ମିନିଟରେ ମୁମ୍ବାଇରୁ ବିମାନ ଝାରସୁଗୁଡାରେ ପହଂଚିବ । ଏବଂ ୫ଟା ୪୦ମିନିଟରେ ବାଙ୍ଗାଲୁରୁରୁ ଆସି ଝାରସୁଗୁଡାରେ ପହଁଚିବ । ଏହି ୪ ସେକ୍ଟରକୁ ସ୍ପାଇସଜେଟର ବୋଇଂ ୭୩୭ ବିମାନ ସପ୍ତାହକୁ ୪ଦିନ ଚଳାଚଳ କରିବ ।

ଗୁରୁବାର, ଶନିବାର ଓ ରବିବାର ବିମାନ ମୁମ୍ବାଇରୁ ସକାଳ ୯ଟାରେ ବାହାରି ୧୧ଟାରେ ଝାରସୁଗୁଡାରେ ପହଁଚିବ । ପୂର୍ବାହ୍ନ ୧୧ଟା ୪୦ରେ ଝାରସୁଗୁଡାରୁ ବାହାରି ଅପରାହ୍ନ ୧ଟା ୫୦ରେ ବାଙ୍ଗାଲୁରୁରେ ପହଁଚିବ । ବାଙ୍ଗାଲୁରୁରୁ ଅପରାହ୍ନ ୨ଟା୩୦ରେ ବାହାରି ଝାରସୁଗୁଡାରେ ୪ଟା ୪୦ରେ ପହଁଚିବ । ଝାରସୁଗୁଡାରୁ ସନ୍ଧ୍ୟା ୫ଟା ୧୦ରେ ବାହାରି ୭ଟା ୩୦ରେ ମୁମ୍ବାଇରେ ପହଁଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ସ୍ପାଇସଜେଟ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ