Masthead

ପୋଲିସ ନିର୍ଯାତନା ସହିନପାରି ଯୁବକଙ୍କ ଆତ୍ମହତ୍ୟା

ମାହାଙ୍ଗା( ବଡ଼ ଖବର ବ୍ୟୁରୋ): ଆତ୍ମହତ୍ୟା କଲେ ନିରୀହ ଯୁବକ । କଟକ ଜିଲ୍ଲା ଭଦ୍ରରେଶ୍ୱର ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । ଗତ ୨୦ ତାରିଖରେ ମାହାଙ୍ଗା ଥାନା ଭଦ୍ରରେଶ୍ୱର ଫାଣ୍ଡି ଅଧୀନରେ ଥିବା ଗୋପାଳପୁର ପଞ୍ଚାୟତ ଅର୍ନ୍ତଗତ ନଇଗୁଆଁ ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ରି ନିଖୋଜ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିଲା । ଗତ ୨୪ ତାରିଖରେ ସେହି ଗ୍ରାମର ବିରବର ସାହୁଙ୍କ ପୁଅ କଳାକାର ସାହୁଙ୍କୁ ତାଙ୍କ ଘରୁ ଉଠାଇ ନେଇ ପଚାରଉଚରା କରିବା ସହ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

କଳାକାରଙ୍କ ପରିବାର ଲୋକେ କହିବା ଅନୁଯାୟୀ, ପୋଲିସ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ କେନ୍ଦ୍ରାପଡ଼ା ନେଇଥିଲେ । ଯୁବତୀଙ୍କୁ ପାଇବା ପରେ କଳାକାରଙ୍କୁ ଛାଡ଼ିଦେଇଥିଲେ ପୋଲିସ ଅଧିକାରୀ । ଥାନାରୁ ଫେରିବା ପରେ କଳାକାରଙ୍କ ମାନସିକ ସ୍ଥିତି ଭଲ ନଥିଲା। ପୋଲିସର ଅତ୍ୟଧିକ ନିର୍ଯାତନା ସହି ନପାରି କଳାକାର ଘରଠାରୁ ୨୦୦ ମିଟରେ ଦୂରରେ ଥିବା ବିଲ ମଝିରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଶବ ବ୍ୟବଛେଦ ହୋଇ ଆସିବା ପରେ ନ୍ୟାୟ ଦାବିରେ ଶବକୁ ଧରି ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ