Masthead

ପୋଲିସର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ଜୀବନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପୋଲିସର କାର୍ଯ୍ୟରେ ଅବହେଳା ଯୋଗୁଁ ଚାଲିଗଲା ଜୀବନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ଦେୱାନାପାଟଣା ଗ୍ରାମରେ । ପିତାମ୍ବର ପରିଡା ଙ୍କ ପୁଅ ରମେଶ ପରିଡା । ବୟସ ୨୫ ବର୍ଷ । ସୂଚନା ମୁତାବକ ରମେଶ ଭୁବନେଶ୍ୱରରେ ଏକ ଫାଷ୍ଟ ଫୁଡ ଦୋକାନରେ ରହି କାମ । ସେ ଘର କୁ କିଛି ଦିନ ଆସିବାବେଳେ ରାତିରେ ଛତ୍ରପଡା ନିକଟ ରଙ୍ଗସ ଗ୍ରାମ ର କିଛି ଯୁବକ ରମେଶ କୁ ଆକ୍ରମଣ କରିଥିଲେ ।

ଖବର ପାଇ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ରମେଶ କୁ ବିଳମ୍ବିତ ରାତିରେ ଗିରଫ କରିଥିଲା । ରଙ୍ଗସ ଗ୍ରାମର କିଛି ଲୋକ ରମେଶ କୁ ମରଣତ୍ମକ ଆକ୍ରମଣ କରିଥିଲେ ଯାହାଫଳ ରେ ରମେଶ ର ଶରୀର ରେ କ୍ଷ୍ୟତ ବିକ୍ଷ୍ୟତ ହୋଇଥିଲା । ମଙ୍ଗଳପୁର ପୋଲିସ ରମେଶକୁ ସଠିକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ନକରି ଏକ ଚୋରି କେଶରେ କୋର୍ଟ ଚାଲାଣ କରିଦେଲା । ରମେଶର ଦେହ ଅଧିକ ଅସୁସ୍ଥ ହେବାରୁ ଯାଜପୁର ପୋଲିସ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ରମେଶଙ୍କର ମୃତ୍ୟ ହୋଇଛି । ମଙ୍ଗଳପୁର ପୋଲିସର ଖାମଖିଆଲି ମନୋଭାବ ଯୋଗୁଁ ରମେଶଙ୍କ ମୃତ୍ୟ ହୋଇଛିବୋଲି ଗ୍ରାମବାସୀ ଦାବି କରିଛନ୍ତି । ମୃତ୍ୟୁ ପାଇଁ ମଙ୍ଗଳପୁର ପୋଲିସ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଦାଇ ବୋଲି ପରିବାର ଲୋକେଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି