Masthead

ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦର ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରାଯାଇଛି । ବୈଠକରେ ବିଭିନ୍ନ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ବୈଠକର ଏଜେଣ୍ଡା ଭାବେ କୃଷି ଭିତିଭୂମି ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ସମ୍ବନ୍ଧିତ ବିଷୟରେ ସ୍ଥାନୀତ ହୋଇଛି ।

ଆନ୍ତଃ ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ ପ୍ଲାଟଫର୍ମ ଉପସ୍ଥାପନା କରିଛି । ନୀତି ଆୟୋଗର ଉଚ୍ଚ ସ୍ତରୀୟ ପରିଷଦର ଏହି ବୈଠକରେ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧରକାରୀ ସାମିଲ ହେବେ ।

ଷଷ୍ଠ ବୈଠକରେ ପ୍ରଥମ ଥର ଲଦାଖ ଓ ଜମ୍ମୁ କାଶ୍ମୀରର ଅଧିକାରୀ ସାମିଲ ହେବେ । ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ରମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗରେ ସଦସ୍ୟ ତଥା ସିଇଓ ଏବଂ ଭାରତର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ । ତେବେ ଗତ ବର୍ଷ କରୋନା ସଂକ୍ରମଣ ପାଇଁ ବୈଠକ ବସିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା