Masthead

ରାଜପରିବାରକୁ ଛାଡ଼ି ପୁରୁଷ ବନ୍ଧୁଙ୍କୁ ବିବାହ କଲେ ରାଜକୁମାରୀ

ଟୋକିଓ(ବଡ଼ ଖବର ବ୍ୟୁରୋ): ପ୍ରେମ ପାଇଁ ସବୁକିଛି । ଏକଥାଟି ଶୁଣିଲେ ସମସ୍ତଙ୍କୁ ଭଲ ଲାଗେ ହେଲେ ଏପରି କରି ଚର୍ଚ୍ଚାରେ ଅଛନ୍ତି ଜାପାନ ରାଜକୁମାରୀ । ରାଜକୁମାରୀ ମାକୋ ନିଜ ସହପାଠୀ ତଥା ପ୍ରେମିକ କେ କୋମୁରୋଙ୍କୁ ବିବାହ କରିଛନ୍ତି । ସେପଟେ ସବୁଠାରୁ ରୋଚକ କଥାଟି ହେଉଛି ମାତ୍ର ୩-୪ଜଣ ଅତଥିଙ୍କ ଉପସ୍ଥିତିରେ ସେମାନେ ବିବାହ କରିଛନ୍ତି । ସେପଟେ ରାଜପରିବାରର ବିରୋଧ ସତ୍ତେ୍ୱ ମାକୋ ନିଜ ପ୍ରେମିକ କୋମୁରୋଙ୍କୁ ବିବାହ କରିବା ବର୍ତ୍ତମାନ ରାଜକୁମାରୀ ଭାବେ ନିଜ ପରିଚୟ ହରାଇଛନ୍ତି । ରାଜପରିବାରର ନିୟମ ଅନୁସାରେ ସେ ନିଜ ପଦ ପରିତ୍ୟାଗ କରିଛନ୍ତି ।

ଏପରିକି ରାଜ ପରିବାର ନିୟମ ଅନୁସାରେ ନିଜ ଇଚ୍ଛାରେ ପରିବାର ଛାଡ଼ୁଥିବା ମହିଳାଙ୍କୁ ମିଳୁଥିବା ୧.୩ ମିଲିଅନ ଡଲାର ଆର୍ଥିକ ସହାୟତାକୁ ମଧ୍ୟ ରାଜକୁମାରୀ ପ୍ରତ୍ୟାଖ୍ୟାନ କରିଥିବାର ସୂଚନା ମିଳିଛି । ଅନ୍ୟପଟେ ଉଭୟ ଦୀର୍ଘଦିନଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ରାଜ ପରିବାର ଏହାକୁ ବିରୋଧ କରିଆସୁଥିଲେ । ଉଭୟଙ୍କ ବିବାହ କାର୍ଯ୍ୟକ୍ରମରେ ରାଜପରିବାର କୌଣସି ସଦସ୍ୟ ସାମିଲ ହୋଇନଥିଲେ । ଫଳରେ ଜଣେ ରାଜକୁମାରୀଙ୍କ ବିବାହ ରାଜକୀୟ ଭାବେ ନହୋଇ ଅତ୍ୟନ୍ତ ସାଧାରଣ ଭାବେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ