Masthead

ଗୋପାଳର ମନ କଥା ଜାଣିବାକୁ ପହଞ୍ଚିଲେ ଏସସିବିର ମନସ୍ତତ୍ୱବିତ୍ ଟିମ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ । ଏହି ଟିମ୍ ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ସେପଟେ ଗୋପାଳର ମାନସିକ ସ୍ଥିତି ଜାଣିବାକୁ ତିଆରି ହୋଇଥିଲା ମେଡିକାଲ ବୋର୍ଡ ଗଠନ ହୋଇଛି । ମନ୍ତ୍ରୀଙ୍କୁ ଗୁଳି ମାଡ଼ ପରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଭଲ ନଥିବା କହିଲେ ପରିବାର ଲୋକେ । ଅନ୍ୟପଟେ ମଧ୍ୟଙ୍କ ଗୋପାଳଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ମଧ୍ୟ ମାନସିକ ଅବସ୍ଥା ଠିକ୍ ରହୁନଥିବା କହିଥିଲେ ।

କେତେ ସତ କହୁଛି ଗୋପାଳ? ସତ ଜାଣିବା ପାଇଁ ହେଲା ଲେୟାରଡ୍ ଭଏସ୍ ଆନାଲିସିସ୍ ଟେଷ୍ଟ । ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ୱର ଅନୁଧ୍ୟାନ କରାଯାଉଛି । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି । ଏହା ସହ ଗୋପାଳଙ୍କ ଫରେନସିକ୍ ସାଇକୋଲୋଜିକାଲ୍ ଆସେସମେଂଟ ବା ମନସ୍ତାତ୍ୱିକ ପରୀକ୍ଷା ବି କରାଯାଇଛି । ଏହି ପରୀକ୍ଷା ଦ୍ୱାରା ରିମାଣ୍ଡ ବେଳେ ଗୋପାଳ ଦେଉଥିବା ତଥ୍ୟ କେତେ ନିର୍ଭର ଯୋଗ୍ୟ ତାହା ଜଣାପଡ଼ିବ । ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲବରେଟୋରି ବା ସିଏଫଏସଏଲର ଟିମ୍ ଏହି ପରୀକ୍ଷା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ମାନସିକ ସ୍ଥିତି ଜାଣିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ପୁଞ୍ଜିଲାଲ ମେହେର ମାମଲାରେ ଓଡ଼ିଶାରେ ପ୍ରଥମ ଥର ଅଭିଯୁକ୍ତ ନିକଟରୁ ସତ ଜାଣିବା ପାଇଁ ଏଲଭିଏ ପରୀକ୍ଷା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ