Masthead

ସ୍ପଷ୍ଟ ହୋଇନାହିଁ ଅପହରଣର କାରଣ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ଅତାବିରା ରେଳ ଷ୍ଟେସନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ଭେଡେନ ଥାନା ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ ପୋଲିସ ଝାରସୁଗଡ଼ାରୁ ଠାବ କରିଛି। ତାଙ୍କୁ ଆଣିବା ପାଇଁ ଅତାବିରା ପୋଲିସ ଝାରସୁଗୁଡ଼ା ଯାଇଛି। ତାଙ୍କୁ ପଚରାଉଚରା ପରେ ନିଖୋଜ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କହିଛନ୍ତି, ଏବେ ତାଙ୍କ ଡାକ୍ତରିମାଇନା ସରିଛି କ୍ଷ ଏଠାରେ ଉଲ୍ଲେଖନୀୟ, ଗୁରୁବାର ରାତିରେ ନିଖୋଜ ଯୁବକଙ୍କ ସ୍ତ୍ରୀ, ୫ମାସର ଶିଶୁପୁତ୍ର ଏବଂ ସମ୍ପର୍କୀୟମାନେ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ବିଶିପାଲି ଆନ୍ଧ୍ରପଡା ବାସଭବନକୁ ଫେରୁଥିଲେ। ନିଖୋଜ ଯୁବକ ସେମାନଙ୍କୁ ଆଣିବା ପାଇଁ ବାଇକ ଯୋଗେ ଅତାବିରା ରେଳ ଷ୍ଟେଶନକୁ ଯାଇଥିଲେ। ସ୍ତ୍ରୀ, ଶିଶୁପୁତ୍ର ଏବଂ ସମ୍ପର୍କୀୟଙ୍କୁ ଏକ କାର୍ ଯୋଗେ ସେ ଘରକୁ ପଠାଇଥିଲେ। କିନ୍ତୁ ସେ ବାଇକ ଯୋଗେ ଆଉ ଫେରି ନ ଥିଲେ। ଅନ୍ୟପକ୍ଷରେ ରେଳ ଷ୍ଟେସନ ରାସ୍ତା ନିକଟରେ ଥିବା ବିଲରୁ ତାଙ୍କ ବାଇକ, ଚପଲ, ହେଲମେଟ ଏବଂ ଏକ ଛୁରୀ ମିଳିଥିଲା। ଅତାବିରା ଥାନାରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପରେ ପଚରାଉଚରା ଚାଲିଛି। ଯୁବକଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କିନ୍ତୁ କାହିଁକି ତାଙ୍କୁ ଅପହରଣ କରାଯାଇଥିଲା ତାହା ଅସ୍ପଷ୍ଟ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି