Masthead

ଲାଲବାହିନୀର ଲାଲତାଣ୍ଡବ

ମୁନିଗୁଡା (ବଡ଼ ଖବର ବ୍ୟୁରୋ): ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ମାଓ ସମ୍ବେଦନଶୀଳ ଅଞ୍ଚଳ ଡ଼ିମିରିଗୁଡା ପଞ୍ଚାୟତର ଟିକରପଡା ଗ୍ରାମରେ । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ଅମ୍ବାଦଳା ଥାନା ଅଧୀନରେ କାର୍ୟ୍ୟରତ ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗତକାଲି ବିଳମ୍ବିତ ରାତ୍ରୀରେ ମାଓବାଦୀ ଘରୁ ଉଠେଇ ନେଇଥିଲେ ।

ପୁଲିସ ଇନଫର୍ମର ସାଜି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ସ୍ଥାନୀୟ ଯୁବକ ମାନଙ୍କୁ ଟଙ୍କା ମଦ ଦେଇ ପୁଲିସଙ୍କ ନିକଟସ୍ଥ କରିବା ଏବଂ ମାଓ ବିରୋଧୀ କାର୍ଯ୍ୟ କରିବାକୁ ନେଇ ଦଣ୍ଡ ଦେଇଥିବା ବିଷୟ ନିକଟରେ ପଡ଼ିଥିବା ମାଓ ପୋଷ୍ଟରରେ ଉଲ୍ଲେଖ ହୋଇଛ । ମାଓବାଦୀ ସନ୍ତୋଷର ପାଟିରେ ଗୁଳି କରିଥିବା ଅନୁମାନ କରାଯାଉଛି । ଉକ୍ତ ଘଟଣା ପରେ ସମଗ୍ର ଅଞ୍ଚଳ ଭୟର ବାତାବରଣ ଦେଖିବାକୁ ମିଳିଛି । ମୃତଙ୍କ ସ୍ତ୍ରୀ ପୋଲିସ ପାଇଁ ସ୍ୱାମି ହରାଇଥିବା ଜଣାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ