Masthead

ସ୍ଥଗିତ ହେଲା ବିଗ୍ ବଜେଟ ଫିଲ୍ମ ‘ଆରଆରଆର’ର ରିଲିଜ ଡେଟ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଣୁଣା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ତାଙ୍କ ଅପକମିଙ୍ଗ ଫିଲ୍ମ ଆରଆରଆର ପାଇଁ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଅଜୟ ଦେବଗନ, ଆଲିଆ ଭଟ୍ଟ, ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କୁ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ କାଫି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଏହି ଫିଲ୍ମକୁ । ତେବେ ନିକଟରେ ଏହି ଫିଲ୍ମକୁ ନେଇ ଏକ ବଡ ଅପଟେଡ ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ଏହି ବିଗ୍ ବଜେଟ ଫିଲ୍ମର ରିଲିଜ ତାରିଖକୁ ଏବେ ସ୍ଥଗିତ ରଖାଯାଇଛି । ନିକଟରେ ଫିଲ୍ମର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଖବରକୁ ସେୟାର କରାଯାଇଛି । ଟ୍ୱିଟ୍ କରି ଲେଖାଯାଇଛି ଯେ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ ପ୍ରାୟ ଶେଷ ହେବାକୁ ଯାଉଛି, ଯାହାଫଳରେ ଫିଲ୍ମ ଅକ୍ଟୋବରରେ ମୁକ୍ତିଲାଭ କରିପାରିବ । କିନ୍ତୁ କରୋନା ଯୋଗୁଁ ସାରା ବିଶ୍ୱରେ ପ୍ରେକ୍ଷାଳୟ ଗୁଡିକ ସମ୍ପୂର୍ଣ୍ଣ ଖୋଲା ହୋଇ ନଥିବାରୁ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି । ସେଥିପାଇଁ ନୂଆ ତାରିଖ ମଧ୍ୟ ଘୋଷଣା ହୋଇପାରୁ ନାହିଁ । ସାରା ବିଶ୍ୱରେ ସିନେମା ହଲ୍ ଗୁଡିକ ଖୋଲିବା ମାତ୍ରେ ହିଁ ଏହି ଫିଲ୍ମ ରିଲିଜ ହେବ ।

ତେବେ ପୂର୍ବରୁ ଏହି ଫିଲ୍ମ ୧୩ ଅକ୍ଟୋବର ୨୦୨୧ରେ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହାର ରିଲିଜକୁ ସ୍ଥଗିତ କରାଯିବାରୁ ଅନେକ ଫ୍ୟନ୍ସ ମାନେ ମଧ୍ୟ ନିରାଶ ହୋଇଛନ୍ତି । ଏହି ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଭଳି କିଛି ସୁପରଷ୍ଟାର ମାନେ ନଜର ଆସିବେ । ଫିଲ୍ମର ବଜେଟ ୪୫୦ କୋଟି ଟଙ୍କା ଥିବା ବେଳେ ଏହା ନିର୍ମାତାଙ୍କର ଏକ ସ୍ୱପ୍ନର ପ୍ରୋଜେକ୍ଟ କହିଲେ କିଛି ଭୁଲ ହେବ ନାହିଁ । ଏକାଧିକ ଭାଷାରେ ସାରା ବିଶ୍ୱରେ ରିଲିଜ ହେବ ଏହି ବିଗ୍ ବଜେଟ ମୁଭି । ନିର୍ଦ୍ଦେଶକ ଏସ୍ ଏସ୍ ରାଜା ମୌଲିଙ୍କର ନିର୍ଦ୍ଦେଶନାରେ ଏହି ମୁଭି ତିଆରି ହୋଇଥିବାରୁ ରିଲିଜ ପରେ ଏହା ଏକ ରେକର୍ଡ କରିବ ବୋଲି ଆଶା ରଖିଛନ୍ତି ଦର୍ଶକ । ଫିଲ୍ମ ବାହୁବଲୀର ବିଗ୍ ସକ୍ସସେସ୍ ପରେ ଏହି ମୁଭିକୁ ମଧ୍ୟ କାଫି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ