Masthead

ସରକାରୀ ଗାଇଡ ଲାଇନ ସହ ଖୋଲିଲା ସ୍କୁଲ

ଉମରକୋଟ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୧୯ ମାସ ପରେ ଆଜି ଖୋଲିଛି ଅଷ୍ଟମ ଶ୍ରେଣୀ। ସମ୍ପୂର୍ଣ୍ଣ ସରକାରୀ ଗାଇଡ୍ ଲାଇନ୍ ପାଳନ କରାଯାଇ ଖୋଲିଛି ସ୍କୁଲ। ପୂର୍ବରୁ ରାଜ୍ୟ ସରକାର ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ସରକାର ପୂଜା ଛୁଟି ପରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ଆଜି ସ୍କୁଲ ଖୋଲାଯାଇଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମଧ୍ୟ ସ୍କୁଲକୁ ଆସିଛନ୍ତି।

ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ଗୁଡିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଥିବାବେଳେ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ମଧ୍ୟ ମଗା ଯାଇଥିଲା। ପିଲାଙ୍କ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି। ଏଥି ଯୋଗୁଁ ଆଜି ପ୍ରଥମ ଦିନରେ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି କମ୍ ଥିଲେ ମଧ୍ୟ ଆସିଥିବା ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବହୁ ଦିନ ଘରେ ରହି ଅନଲାଇନ ଶିକ୍ଷା ଚାଲିଥିଲେ ମଧ୍ୟ ସ୍କୁଲ ଖୋଲିଥିବାରୁ ଛାତ୍ର ଛାତ୍ରୀ ଖୁସି ଥିବା ପ୍ରକାଶ କରିଛନ୍ତି।

ତେବେ ବିଦ୍ୟାଲୟରେ ଛାତ୍ରଛାତ୍ରୀ ପହଁଞ୍ଚିବା ପରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମଧ୍ୟ ଖୁସି ଥିବାବେଳେ ସ୍କୁଲରେ କରୋନା ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଏବଂ ଆଜି ପ୍ରଥମ ଦିନରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ କରୋନା ଏବଂ ଏହାର ଭୟାବହତା ସଂପର୍କରେ ବୁଝାଇବା ସହ ସ୍କୁଲରେ କିଭଳି କରୋନା କଟକଣାକୁ ମାନି ପାଠ ପଢିବେ ସେ ବିଷୟରେ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ