Before Header

ଆଟ୍ଲାଣ୍ଟିକ ସାଗରରେ ବୁଡ଼ିଲା ଜାହାଜ

0 45

ନିୟ୍ୟୁର୍କ(ବଡ଼ଖବର ବ୍ୟୁରୋ)ଦକ୍ଷିଣ ଆଣ୍ଟଲାଣ୍ଟିକ୍ ସାଗରରେ ବୁଡ଼ି ରହିଥିବା ଟାଇଟନିକ୍ ଜାହାଜ ଦେଖିବା ମହଙ୍ଗା ପଡିଲା। ଏକ ଜାହାଜରେ କିଛି ପର୍ୟ୍ୟଟକ ଟାଇଟନିକ୍ ଦେଖିବାକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ପର୍ୟ୍ୟଟକଙ୍କୁ ନେଇ ଯାଇଥିବା ଜାହାଜ ଆଣ୍ଟଲାଣ୍ଟିକ୍ ସାଗରର ଅଥଳ ଜଳରେ ବୁଡ଼ିଯାଇଛି।
୧୯୧୨ ଏପ୍ରିଲ ୧୫ରେ ବୁଡ଼ି ଯାଇଥିଲା ଟାଇଟନିକ୍। ଦକ୍ଷିଣଆମଟନରୁ ନିୟ୍ୟୁର୍କ ଯାଉଥିବା ଟାଇଟନିକ୍ ଦକ୍ଷିଣ ଆଟଲାଣ୍ଟିକ୍ ସାଗରରେ ବୁଡି ଯାଇଥିଲା। ୮୮୨ ଫୁଟ ୯ ଇଞ୍ଚ ଲମ୍ବ ଟାଇଟନିକ୍ ବୁଡି ଯିବା ପରେ ଶହ ଶହ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ବିଶ୍ଵକୁ ଚକିତ କରିଦେଇଥିଲା। ଟାଇଟନିକ୍ ବୁଡିବାର ୮୫ବର୍ଷ ପରେ ତିଆରି ହୋଇଥିଲା ଫିଲ୍ମ ଟାଇଟନିକ୍। ୧୯୯୭ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଟାଇଟନିକରେ ବାସ୍ତବତାକୁ ରୂପ ଦିଆଯାଇଥିଲା। ବକ୍ସ ଅଫିସରେ ଟାଇଟନିକ ମଧ୍ୟ ଭଲ ରୋଜଗାର କରିଥିଲା।

Leave A Reply

Your email address will not be published.