Masthead

ଗର୍ଜିଲା ଆକାଶ, ଥରିଲା ରାଜଧାନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାହ୍ନ ଗୋଟେ ୪୫ । ଘେଟିଆସିଲା କଳାହାଣ୍ଡିଆ ମେଘ । ସାଥୀରେ ଥିଲା ବିଜୁଳି ଓ ଘଡଘଡି । ଭୟରେ ଲୁଚିଗଲେ ସୂର୍ଯ୍ୟ । ମେଘ, ବିଜୁଳି ଓ ଘଡଘଡି ଦେଖାଇଲେ ଦମ୍ । ଦୀର୍ଘ ସମୟ ଧରି ଚାଲିଲା ପ୍ରକୃତିର ଭୟଙ୍କର ଖେଳ ।

ବାଦଲଫଟା ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡିରେ ଆକାଶ ଗର୍ଜିଥିବା ବେଳେ ରାଜଧାନୀ ଥରିଥିଲା । ସରକାରୀ ଓ ବେସରକାରୀ ସଂସ୍ଥା ସମେତ ସାଧାରଣ ଲୋକଙ୍କ ଘରର କବାଟ ବନ୍ଦ ହୋଇଗଲା । ରାଜଧାନୀର ରାଜରାସ୍ଥା ଶୂନଶାନ୍ । ଯିଏ ଯେଉଁଠି ପାରିଲା ନେଲା ଆଶ୍ରୟ ।

ହେଲେ ବିଜୁଳି ଓ ଘଡ ଘରଙ୍ଗ ଶବ୍ଦରେ ସେମାନେ ଭୟଭୀତ ଓ ଆତଙ୍କିତ ହୋଇ ପ୍ରମାଦ ଗଣୁଥିଲେ । ରାସ୍ତା-ଟ୍ରେନ୍ ସବୁ ଏକକାର । ସବୁଠି ବର୍ଷା ପାଣିର ଲହଡି । ତଳିଆ ଅଞ୍ଚଳର ଲୋକଙ୍କ ଅବସ୍ଥା କହିଲେ ନସରେ । ଘରେ ଘରେ ଛୁଟିଲା ପାଣିର ସୁଅ । ଦୀର୍ଘ ଘଣ୍ଟା ପରେ ଶାନ୍ତ ପଡିଲା ପ୍ରକୃତି ।

ସେତେବେଳକୁ ଲୋକଙ୍କ ଅବସ୍ଥା ବେହାଲ । ଉଠା ଦେକାନୀ, ବସ୍ତିବାସିନ୍ଦା ନାକେଦମ୍ । ସହରର ବରିଷ୍ଠ ନାଗରିକମାନେ କୁହନ୍ତି, ଏଭଳି ଘଡ ଘଡି ଓ ବିଜୁ ସେମାନେ କେବେ ଦେଖି ନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି