Masthead

ଗର୍ଜିଲା ଆକାଶ, ଥରିଲା ରାଜଧାନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାହ୍ନ ଗୋଟେ ୪୫ । ଘେଟିଆସିଲା କଳାହାଣ୍ଡିଆ ମେଘ । ସାଥୀରେ ଥିଲା ବିଜୁଳି ଓ ଘଡଘଡି । ଭୟରେ ଲୁଚିଗଲେ ସୂର୍ଯ୍ୟ । ମେଘ, ବିଜୁଳି ଓ ଘଡଘଡି ଦେଖାଇଲେ ଦମ୍ । ଦୀର୍ଘ ସମୟ ଧରି ଚାଲିଲା ପ୍ରକୃତିର ଭୟଙ୍କର ଖେଳ ।

ବାଦଲଫଟା ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡିରେ ଆକାଶ ଗର୍ଜିଥିବା ବେଳେ ରାଜଧାନୀ ଥରିଥିଲା । ସରକାରୀ ଓ ବେସରକାରୀ ସଂସ୍ଥା ସମେତ ସାଧାରଣ ଲୋକଙ୍କ ଘରର କବାଟ ବନ୍ଦ ହୋଇଗଲା । ରାଜଧାନୀର ରାଜରାସ୍ଥା ଶୂନଶାନ୍ । ଯିଏ ଯେଉଁଠି ପାରିଲା ନେଲା ଆଶ୍ରୟ ।

ହେଲେ ବିଜୁଳି ଓ ଘଡ ଘରଙ୍ଗ ଶବ୍ଦରେ ସେମାନେ ଭୟଭୀତ ଓ ଆତଙ୍କିତ ହୋଇ ପ୍ରମାଦ ଗଣୁଥିଲେ । ରାସ୍ତା-ଟ୍ରେନ୍ ସବୁ ଏକକାର । ସବୁଠି ବର୍ଷା ପାଣିର ଲହଡି । ତଳିଆ ଅଞ୍ଚଳର ଲୋକଙ୍କ ଅବସ୍ଥା କହିଲେ ନସରେ । ଘରେ ଘରେ ଛୁଟିଲା ପାଣିର ସୁଅ । ଦୀର୍ଘ ଘଣ୍ଟା ପରେ ଶାନ୍ତ ପଡିଲା ପ୍ରକୃତି ।

ସେତେବେଳକୁ ଲୋକଙ୍କ ଅବସ୍ଥା ବେହାଲ । ଉଠା ଦେକାନୀ, ବସ୍ତିବାସିନ୍ଦା ନାକେଦମ୍ । ସହରର ବରିଷ୍ଠ ନାଗରିକମାନେ କୁହନ୍ତି, ଏଭଳି ଘଡ ଘଡି ଓ ବିଜୁ ସେମାନେ କେବେ ଦେଖି ନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି