ପୁରୁଣା ଶତ୍ରୁତାକୁ ନେଇ ଦାଦାଙ୍କୁ ହାଣିଲା ପୁତୁରା

ନିଶ୍ଚିନ୍ତକୋଇଲି (ବଡ଼ ଖବର ବ୍ୟୁରୋ): ପୁତୁରାର ଭୁଜାଲି ଚୋଟରେ ଦାଦା ଗୁରୁତର। ବିଲରେ ଧାନ ରୋଉଥିବା ବେଳେ ପଛପଟୁ ଡାହାଣ ଗୋଡକୁ ହାଣିଲା ପୁତୁରା। ଗୁରୁତର ଦାଦା ସେକ୍ କବୀରଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁତୁରା ସେକ୍ ଧନା ପଳାଇ ଯାଉଥିବା ବେଳେ ଗାଁ ଲୋକେ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଂଚାୟତରେ ।

ପାଟସାଇଲୋ ଗାଁରେ ସୋମବାର ଅପରାହ୍ନରେ ବିଲରେ ସେକ୍ କବୀର ଧାନ ରୋଉଥିବା ବେଳେ ପଛପଟୁ ତାଙ୍କ ପୁତୁରା ସେକ୍ ଧନା ଏକ ଭୁଜାଲି ଧରି ଆସି ପଛପଟୁ କବୀରଙ୍କ ଡ଼ାହାଣ ଗୋଡ଼କୁ ହାଣି ଦୌଡି ପଳାଉଥିଲା । ଏହା ଦେଖି ଗାଁ ଲୋକେ ପୁତୁରାକୁ କାବୁ କରିଥିଲେ । ହାତରେ ମାରଣାସ୍ତ୍ର ଥିବାରୁ ଲୋକମାନେ ଏକାଠି ହୋଇ ଧନାକୁ ଏକ ଗଛରେ ବାନ୍ଧି ଦେିଥିଲେ । ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନାକୁ ଉଦ୍ଧାର କରି ଥାନାକୁ ନେଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ