Masthead

ନନ୍ଦିନୀ ପରି ହୁଅ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମୁଣି ଗାଁର ନନ୍ଦିନୀ ଦେହୁରୀ । ଆଦିବାସୀ ଝିଅ ହୋଇ ମଧ୍ୟ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । କାହା ଆଗରେ ହାତ ନ ପତାଇ ହୋଇଛନ୍ତି ଆତ୍ମନିର୍ଭରଶୀଳ । ଯୁବପିଢ଼ୀଙ୍କ ଲାଗି ପାଲଟିଛନ୍ତି ଉଦାହରଣ । ବାପା ମା’ଙ୍କ ଅପରାହ୍ନ ବୟସରେ ପାଲଟିଛନ୍ତି ଆଶାବାଡ଼ି ।


ପାଠପଢ଼ା ସରିବା ପରେ ଗାଁରେ ରହିଛି କିଛି କରିବାର ଆଶା ରଖିଥିଲେ ନନ୍ଦିନୀ । ଏହାପରେ ନନ୍ଦିନୀ ଗାଁରେ ଏକ ଧାନକଳ ବସାଇଛନ୍ତି । ପରଘରେ ମୂଲ ମଜୁରୀ ନ କରି ସେ ନିଜ ପରିଶ୍ରମରେ ଏହି କଳ ବସାଇଛନ୍ତି । ବ୍ୟାଙ୍କରୁ ଋଣ କରି ବସାଇଛନ୍ତି ଧାନକଳ । ଏହାସହ ଗାଁରେ ଏକ ତେଜରାତି ଦୋକାନ ମଧ୍ୟ କରିଛନ୍ତି ନନ୍ଦିନୀ । ଧାନକଳ ଓ ତେଜରାତି ଦୋକାନରୁ ମାସିକ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ନନ୍ଦିନୀ । ସେ ଯେତିକି ରୋଜଗାର କରୁଛନ୍ତି ବେଶ ଖୁସିରେ ତାଙ୍କ ପରିବାର ଚଳୁଛି । ନିଜ ରୋଜଗାରରୁ ମଧ୍ୟ ଏକ ବାଇକଟିଏ କିଣିଛନ୍ତି ନନ୍ଦିନୀ । ନନ୍ଦିନୀଙ୍କ ଏଭଳି ଆତ୍ମନିର୍ଭରଶୀଳତା କଥା ଯିଏ ଶୁଣୁଛି ବାଃ ବାଃ ନକହି ରହିପାରୁନି । ତେବେ ତାଙ୍କୁ ଆଉ କିଛି ସରକାରୀ ସହାୟତା ମିଳିଲେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ନନ୍ଦିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ