Masthead

ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ହଟହଟା ହେଲେ କ୍ରୀଡା ମନ୍ତ୍ରୀ

କାକଟପୁର(ବଡ଼ ଖବର ବ୍ୟୁରୋ): ରଖିଲେନି ପ୍ରତିଶ୍ରୁତି, ମନ୍ତ୍ରୀ ହଟହଟା । ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ହୀନସ୍ଥା ହେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ । ଖାଲି ମନ୍ତ୍ରୀ ନୁହନ୍ତି ବାଦପଡିଲେନି ବ୍ଲକ ଚେୟାରମ୍ୟାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଅସ୍ତରଙ୍ଗ ବିଡିଓ, ପ୍ରଶାସନିକ ଅଧିକାରୀ । ସମସ୍ତଙ୍କୁ କରାଗଲା ଘେରାବନ୍ଦୀ । ପୁରୀ ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ତଣ୍ଡାହାର ଗ୍ରାମବାସୀଙ୍କ କ୍ଷୋଭ ସାମ୍ନାକୁ ଆସିଛି ।

ରାସ୍ତା ସମସ୍ୟା ନେଇ ଦୀର୍ଘ ବର୍ଷ ହେଲା ଜଣାଇ ଆସୁଥିଲେ ଗ୍ରମାବାସୀ । ହେଲେ ଶୁଣୁନଥିଲା ପ୍ରଶାସନ । ମନ୍ତ୍ରୀ ଆସିବେ ବୋଲି ମାଟି ରାସ୍ତାରେ ପକାଇଥିଲେ ବାଲିବସ୍ତା । ଗାଁ ଭିତରକୁ ମନ୍ତ୍ରୀ ପଶିଲେ, ବାଲିବସ୍ତା କାଢିଲେ ଲୋକେ । ଯାହା ଫଳରେ ଗାଁରୁ ଫେରିପାରି ନଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ପ୍ରତି ଜିଲ୍ଲାକୁ ଯାଇ ନୂଆ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ । ସେଇଭଳି ମନ୍ତ୍ରୀ ତୁଷାରକାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗାଁକୁ ଯାଇଥିଲେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ । ଦୀର୍ଘ ଦିନ ଧରି ଲୋକଙ୍କ ସମସ୍ୟା କାକଟପୁର ବିଧାୟକ ଶୁଣୁନଥିବାରୁ ଲୋକେ ତାତିଥିଲେ । ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ସମୟ ମିଳଛି ହେଲେ ରାସ୍ତା ତିଆରିକୁ କାହିଁକି ସମୟ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ଯୁବକଙ୍କୁ ଗିରଫ କରିବାର ଧମକ ମଧ୍ୟ ଦେଇଛନ୍ତି । ସେପଟେ ପୁଣି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିକାଶ ନାହିଁ କିନ୍ତୁ କାର୍ଡ ବାଣ୍ଟି ଭୋଟ ହାତେଇବାକୁ ଆସିଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ହେଲେ ଜବାବ ଦେଲେ ଗ୍ରାମବାସୀ । ଲୋକ ପ୍ରତିନିଧିଙ୍କୁ ଲୋକେ ବିକାଶ ଓ ସତ ଦେଖାଇଦେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା