Masthead

ଡେ କର୍ଫ୍ୟୁକୁ ନେଇ ବଢୁଛି କନଫ୍ୟୁଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ କୋଭିଡ ସୃଷ୍ଟି କରିଛି ଭୟର ବାତାବରଣ । ଆଜି ଭାଇରସ ରେକର୍ଡ ଭାଙ୍ଗିଛି । ୨୪ ଘଣ୍ଟାରେ ୫ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଡେ କର୍ଫ୍ୟୁକୁ ନେଇ ମଧ୍ୟ ବଢୁଛି କନର୍ଫ୍ୟୁଜନ । ବାଚସ୍ପତିଙ୍କ କଥାକୁ କାଟିଲେ ଏସଆରସି, ଏସଆରସିଙ୍କ କଥାକୁ କାଟିଲେ ମନ୍ତ୍ରୀ । ତେବେ କାହା କଥା ଠିକ୍ ? ବାଚସ୍ପତିଙ୍କର, ଏସଆରସିଙ୍କର ନା ମନ୍ତ୍ରୀଙ୍କର । ଏନେଇ ବଡ଼ କନଫ୍ୟୁଜନରେ ଅଛନ୍ତି ରାଜ୍ୟବାସୀ ।

ଗତକାଲି ବାଚସ୍ପତି ଡେ କର୍ଫ୍ୟୁ ହେବାର ସମ୍ଭାବନା ନେଇ ସୂଚନା ଦେଇଥିଲେ । ବାଚସ୍ପତିଙ୍କ କଥାକୁ ଖଣ୍ଡନ କରି ଏସଆରସି ମୁଖ୍ୟ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଥିଲେ ରାଜ୍ୟରେ ଡେ କର୍ଫ୍ୟୁ ହେବନି, ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ତେବେ ଆଜି ଦରକାର ପଡିଲେ ଡେ କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯାହା ରାଜ୍ୟବାସୀଙ୍କୁ ଆହୁରି କନଫ୍ୟୁଜନରେ ପକାଇଛି ।

ଅନ୍ୟପଟେ ଆଜିଠୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ଏହି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା