Masthead

ଶଗଡରେ ବୁହା ହେଲା ଶବ

ଦେବଗଡ (ବଡ଼ ଖବର ବ୍ୟୁରୋ): କୋକେଇକୁ ମିଳିଲାନି କାନ୍ଧ । ଶଗଡରେ ବୁହା ହେଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ । ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖ ମାଡିନଥିଲେ ସାହିପଡିଶା । ଫଳରେ ସଫେଇ କର୍ମଚାରୀମାନେ ତାଙ୍କୁ ଏକ ଶଗଡରେ ଶ୍ମଶାନକୁ ନେଇଥିଲେ । ତିଲେଇବଣି ବ୍ଲକ ସୁଗୁଡା ଗାଁର ଚନ୍ଦ୍ର ଶେଖର ସାହୁ, କରୋନା ଆକ୍ରାନ୍ତ ହେବାପରେ ଡାକ୍ତରଙ୍କ ପରାମର୍ଶରେ କିଛିଦିନ ହେଲା ସଙ୍ଘରୋଧରେ ରହି ଚିକିତ୍ସିତ ହେଉଥିଲେ ।

ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ହେବାରୁ ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ କୋଭିଡ ସହାୟତା କେନ୍ଦ୍ରକୁ ସୂଚନା ଦେଇଥିଲେ । କୋଭିଡ କର୍ମଚାରୀ ପହଂଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସଂକ୍ରମଣ ଭୟରେ ଗାଁ ଲୋକ ପାଖ ମାଡିନଥିବାବେଳେ ପୌର ପ୍ରଶାସନକୁ ଖବର ଦେବାରୁ ୪ ଜଣ ସଫେଇ କର୍ମଚାରୀ ଆସି ତାଙ୍କୁ ଏକ ଖୋଲା ଶଗଡ ଗାଡିରେ ଶ୍ମଶାନକୁ ନେଇଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ