Masthead

‘ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇଙ୍କ ସାମ୍ବାଦିକ ସମ୍ମିଳନୀ । କହିଛନ୍ତି ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ପିଜିଆଇରେ ଓଡ଼ିଶା ସବୁଠୁ ତଳେ । ୫ଟି ବିଭାଗ ଅଧିନରେ ସ୍କୁଲ କରି କେବଳ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ୫୦ ଲକ୍ଷ ଟଙ୍କା ବ୍ୟୟ କରି ସ୍କୁଲ ଭିତ୍ତିଭୂମି ନିର୍ମାଣ କରାଯାଇଛି । କିନ୍ତୁ ୧୯ ତାରିଖ ଛାତ ସିଲିଂ ଭୁଶୁଡ଼ି ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି ।

ଜଣେ ଗର୍ଭବତୀ ମହିଳା ମଧ୍ୟ ଘଟଣାସ୍ଥଳରେ ଥିଲେ । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ କେହି ସୁରକ୍ଷିତ ନାହାନ୍ତି । ୫୦ ଲକ୍ଷ ଟଙ୍କାର କାମରେ ଟେଣ୍ଡର ହୋଇନି । ବିଡ଼ିଓ କବିତା ମଞ୍ଜରୀ ନାଏକ କାମ ଠିକ୍ ହେଉଛି ବୋଲି କହିଥିଲେ । ପଢ଼ିଆରୀ ବିଦ୍ୟାପୀଠ ଏକ ସ୍ପଷ୍ଟ ଉଦାହରଣ, ଯେ ୫ଟି ସ୍କୁଲ ଗୁଡ଼ିକରେ ଠିକାଦାରୀ ମାଧ୍ୟମରେ ବ୍ୟାପକ ବିଜେଡି ନିର୍ବାଚନ ପାଣ୍ଠି ଆଦାୟ କରୁଛି । ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଟିମ୍ ୱାର୍କ ନାଁରେ ଲୁଟ କରାଯାଉଛି ।

୫୦ ଲକ୍ଷରୁ ୧୦ ଲକ୍ଷ ଖର୍ଚ୍ଚ ହୋଇଛି ବାକି ୪୦ ଲକ୍ଷ ଟଙ୍କା ଲୁଟ ହୋଇଛି । ୬ ମାସ ତଳେ ତିଆରି ହୋଇଥିବା ଛାତ କେମିତି ଭୁଶୁଡ଼ିଲା । ଏହା ଟେକନଲୋଜି ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଭିତ୍ତିଭୂମି ସବଳ ହେବା ଜାଗାରେ ଦୁର୍ବଳ ହୋଇଛି । ୧୯ରୁ ଅଭିଭାବକ ମାନେ ସ୍କୁଲ ତାଲା ପକାଇ ରଖିଛନ୍ତି । ୫ଟି ସଚିବଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ କାମ କରି ଉଦଘାଟନ କରାଯାଇଥିଲା ।

ଠିକାଦାର ପୋଷିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଗୁଣାତ୍ମକ ଦୃଷ୍ଟିରୁ ଶିକ୍ଷା ବ୍ୟବସ୍ଥା ଠିକ୍ ଭାବେ ଚାଲିନି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ଶିକ୍ଷକ ନାହାଁନ୍ତି । ଦୁର୍ନୀତିର ଗନ୍ତାଘର ହୋଇଛି ଶିକ୍ଷାନୁଷ୍ଠାନ । ଲୁଟେରାମାନେ ଶିକ୍ଷାନୁଷ୍ଠାନ ଗୁଡିକୁ ଲୁଟ କରୁଛନ୍ତି । ବିଡ଼ିଓ ଏବଂ ଜେଇଙ୍କୁ ନିଲମ୍ବନ କରାଯାଉ । ଜିଲ୍ଲାପାଳଙ୍କୁ ପଠାଇ ସମସ୍ୟାର ସମାଧାନ କରାଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ