Masthead

ସାଧାରଣତନ୍ତ୍ର ଦିବସରେ ଉଡିଲା ରାଜ୍ୟର ଉଚ୍ଚତମ ଜାତୀୟ ପତାକା

ରାଉରକେଲା(ବଡ଼ ଖବର ବ୍ୟୁରୋ): ଷ୍ଟିଲସିଟି ରାଉରକେଲାରେ ଉଡିଲା ରାଜ୍ୟର ଉଚ୍ଚତମ ଜାତୀୟ ପତାକା । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହାର ଉଦଘାଟନ କରାଯାଇଛି । ଇସ୍ପାତ ସହରର ଟେଲିଫୋନ ଭବନ ପଡିଆ ନିକଟରେ ଏକ ଆକର୍ଷଣୀୟ ଉଦ୍ୟାନ ପ୍ରସ୍ତୁତ କରାଯାଇଛି । ୭୦ ମିଟର ଉଚ୍ଚତା ବିଶିଷ୍ଟ ଫ୍ଲାଗପୋଲ ସ୍ଥାପନ କରାଯାଇ ୭୨ ଫୁଟ ଲମ୍ବା ଓ ୪୮ ଫୁଟ ଚଉଡା ବିଶିଷ୍ଟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ବିଶାଳକାୟ ଜାତୀୟ ପତାକାକୁ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ବିରତ୍ୱର ଗାଥା ଭାବେ ସମର୍ପିତ କରାଯାଇଛି । ଏହାକୁ ଦେଖିବା ପାଇଁ ଟେଲିଫୋନ ଭବନ ପଡ଼ିଆରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରାଉରକେଲା ସହରବାସୀ ଖୁସିର ସହ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ