ସାଧାରଣତନ୍ତ୍ର ଦିବସରେ ଜନ ଆବ୍ରାହାମଙ୍କ ଫ୍ୟାନ୍ସମାନଙ୍କୁ ଉପହାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେଇଛନ୍ତି। ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ତାଙ୍କର ଅପକମିଂ ଫିଲ୍ମ ‘ସତ୍ୟମେବ ଜୟତେ-୨’ର ରିଲିଜ ଡେଟ ଘୋଷଣା କରିଛନ୍ତି। ଏଥିସହ ହାତରେ ତ୍ରିରଙ୍ଗା ପତାକା ଧରି ଉଡାଇବା ସହିତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ତନ ମନ ଧନ ଠାରୁବଡ ଜନ ମନ ଗଣ ବୋଲି ସେ କହିଛନ୍ତି। ଜନଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ଏହି ଫଟୋକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।ରିଲିଜ ହୋଇଥିବା ଫିଲ୍ମ “ସତ୍ୟମେବ ଜୟତେ”ର ଏହା ହେଉଛି ସିକ୍ୱେଲ ପାର୍ଟ।

ଏହି ଫିଲ୍ମଟିର କାହାଣୀ ପୋଲିସ, ରାଜନେତା, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ସହ ଜଡିତ ଭ୍ରଷ୍ଟାଚାରକୁ ନେଇ ଆଧାରିତ। ଫିଲ୍ମଟି ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଫିଲ୍ମଟିକୁ ମେ ୧୨ରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏହାକୁ ଆଉ ୨ଦିନ ଆଗକୁ ବଢ଼ାଇ ମେ ୧୪ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ମିଲାପ ଝାବେରୀ ନିର୍ଦ୍ଦେଶନା ଦେଇଥିବାବେଳେ ଲିଡ ରୋଲରେ ଜନ ଆବ୍ରାହାମ ଓ ଦିବ୍ୟା ଖୋସଲା କୁମାର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!