ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରାଚୀ ମୁହାଁ ବିପର୍ଯ୍ୟୟ । ପ୍ରଭାବିତ ହୋଇପାରେ ଗୁଜରାଟ । ଉପକୂଳରେ ହାଇଆଲର୍ଟ ଜାରି କରାଯାଇଛି । ପର୍ଯ୍ୟଟକଙ୍କୁ ବେଳାଭୂମି ମନା କରାଯାଇଛି । ୧୨ ଘଂଟାରେ ଅତି ଭୀଷଣ ରୂପ ନେବ ବାତ୍ୟା ବପର୍ଯ୍ୟୟ । ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଅଗ୍ରସର ହେଉଛି । ୧୫ କିମ୍ବା ୧୬ ତାରିଖରେ କରାଚୀରେ ମାଡ ହୋଇପାରେ । ବାତ୍ୟା ଦକ୍ଷିଣ ଗୁଜରାଟ ଛୁଇଁ ଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ଘଂଟା ପ୍ରତି ୧୨୦ କିମି ରହିପାରେ ବୋଲି ଆକଳନ କରାଯାଇଛି ।
ଗୁଜରାଟ ପୋରବନ୍ଦର ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୫୯୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ଘଂଟାପ୍ରତି ୬କିମି ବେଗରେ ଗତି କରୁଛି ବାତ୍ୟା । ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି କେରଳ, କର୍ଣ୍ଣାଟକ, ଲକ୍ଷାଦ୍ୱୀପରେ ହାଇଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ଏହି ସବୁ ରାଜ୍ୟର ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।