Masthead

କେଜ୍ରିୱାଲ ସରକାରଙ୍କୁ ସୁପ୍ରିମ ଝଟକା, LGଙ୍କୁ ମିଳିଲା ସୁପ୍ରିମ ପାଓ୍ୱାର୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌.ଜି. ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର ସରକାରଙ୍କ ପରାମର୍ଶ ବିନା ଏମ୍‌ସିଡିରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ।

ଏଲ୍‌ଜିଙ୍କ ଦ୍ୱାରା ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲା। ଏଲଜି ମନଇଚ୍ଛା ସେମାନଙ୍କ ବିନା ପରାମର୍ଶରେ କାଉନସିଲରଙ୍କୁ ନିଯୁକ୍ତି କରିଥିବା ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ। ଏହି ନିଯୁକ୍ତିକୁ ବାତିଲ କରାଯିବା ଉଚିତ୍ ବୋଲି ଆପ୍‌ ଦାବି କରିଥିଲା। ଏହି ମାମଲାର ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏଲ୍‌ଜିଙ୍କ ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ସଠିକ୍‌ ବୋଲି ଦର୍ଶାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗଉଊରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌ଜିଙ୍କ ପାଖରେ ରହିଛି।

ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସରକାରଙ୍କ ପରାମର୍ଶ ବିନା ଗଉଊରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ। ନିର୍ବାଚିତ ସରକାରଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟପାଳ କାମ କରିବା ଆବଶ୍ୟକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ସରକାର ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।

ମନୋନୀତ କାଉନସିଲର ନିଯୁକ୍ତିକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଏହି କାରଣରୁ ଏମ୍‌ସିଡିରେ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ମଧ୍ୟ ବନ୍ଦ ହୋଇଯାଇଥିଲା, କାରଣ ମନୋନୀତ କାଉନସିଲରମାନେ ମଧ୍ୟ ଏଥିରେ ଭୋଟ୍‌ ଦେଇଥିଲେ। ଏଏପିର ୧୩୪ ଏବଂ ଭାଜପାରେ ଏମ୍‌ସିଡିରେ ୧୦୪ ନିର୍ବାଚିତ କାଉନସିଲର ଅଛନ୍ତି। ଏହା ବ୍ୟତୀତ ଏମ୍‌ସିଡିରେ ୧ହ ଜଣ ମନୋନୀତ କାଉନସିଲରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି, ଯାହାକୁ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ନିଯୁକ୍ତ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?