ଚାଲିଛି ଅଙ୍କକଷା, ରିପିଟ୍‌ ନା ନୂଆମୁହଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ ଆସନରୁ ୪ମହିଳା ୧୪ ପୁରୁଷଙ୍କୁ ଟିକେଟ ମିଳିଛି । ହେଲେ ବାକି ରହିଛି କଟକ, ଯାଜପୁର, କନ୍ଧମାଳ । ଏହି ସବୁ ଆସନରେ କାହିଁକି ବିଳମ୍ବ ହେଉଛି ପ୍ରାର୍ଥୀ ଚୟନ । ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳ ଆଉ ୩ ଆସନ ପାଇଁ ଟିକେଟ ଘୋଷଣା ହୋଇ ନାହିଁ । ଏବେ ଅପେକ୍ଷା ରହିଛି ବାକି ଥିବା କଟକ, ଯାଜପୁର ଏବଂ କନ୍ଧମାଳ ଆସନଲାଗି ଦଳ କାହାକୁ ପ୍ରାର୍ଥୀ କରିବ ?

କନ୍ଧମାଳରୁ ଗତ ଥର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିଥିବା ଖାରବେଳ ସ୍ୱାଇଁ ଏଥର କନ୍ଧମାଳରୁ ଲଢ଼ିବେନି ବୋଲି କହିସାରିଛନ୍ତି । ତେଣୁ ତାଙ୍କ ବଦଳରେ କିଏ ପାର୍ଥୀ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି କଟକ ଆଉ ଯାଜପୁର ଲାଗି ବିଜେପି ଭିନ୍ନ ଅଙ୍କ କଷୁଛି । ଯାଜପୁରରୁ ଗତ ଥର ସାଂସଦ ଲଢ଼ିଥିବା ଅମୀୟ ମଲ୍ଲିକଙ୍କୁ ଦଳ ତାଙ୍କ ଜାଗାରେ ଜଣେ ନୂଆ ମୁହଁ ଦେବ ବୋଲି କୁହାଯାଉଛି।

ସେହିପରି କଟକ ଲୋକସଭା ସିଟରୁ ଗତ ଥର ନିର୍ବାଚନ ଲଢ଼ିଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ରିପିଟ ନକରି ଦଳ ନୂଆ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣାଯାଉଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଜିଲ୍ଲାର ନୂଆ ରାଜନୈତିକ ସମୀକରଣ ଓ ତାଙ୍କୁ ନେଇ ଦଳ ଶକ୍ତିଶାଳୀ ହେବାକୁ ପ୍ଲାନ କରୁଥିବାରୁ ପ୍ରାର୍ଥୀ ଘୋଷଣା ହୋଇନି ବୋଲି ସୂଚନା ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ