Masthead

ୱେବ ପୋର୍ଟାଲ ମାନଙ୍କ ମିଥ୍ୟା ଖବରକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲର ମିଥ୍ୟା ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ତେବେ ବିନା କୌଣସି ଉତ୍ତରଦାୟିତ୍ୱରେ ୱେବ ପୋର୍ଟାଲ ଗୁଡିକରେ ଖବର ପ୍ରସାରଣ କରାଯାଉଛି । ଏପରିକି ବର୍ତ୍ତମାନ ୱେବ ପୋର୍ଟାଲ ଗୁଡିକ ଭିତ୍ତିହୀନ ପ୍ରସଙ୍ଗକୁ ମଧ୍ୟ ପରିବେଶଣ କରାଯାଉଥିବାର ଦେଖିବାକୁ ମିଳିଛି । ଅପରପକ୍ଷେ ଭାରତରେ ସବୁକିଛି ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ଦେଖାଯାଇଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ବେଞ୍ଚ ଜାମିଆତ ଉଲେମା-ଇ-ହିନ୍ଦଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଥିଲେ ।

ଏହା ସହ ମର୍କଜ ନିଜାମୁଦ୍ଦିନରେ ଏକ ଧାର୍ମିକ ସମାବେଶ ସହ ଜଡିତ ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ କେନ୍ଦ୍ରକୁ କଡ଼ା ପଦକ୍ଷେପ ନେବାକୁ କହିଥିଲେ । କାରଣ ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲରେ ମିଥ୍ୟା ଖବର ଉପରେ କୌଣସି ନିୟନ୍ତ୍ରଣ ନଥାଏ । କେବଳ ଏତିକି ନୁହେଁ ବରଂ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା । ଅନ୍ୟପଟେ ବେସରକାରୀ ନ୍ୟୁଜ ଚ୍ୟାନେଲଗୁଡିକର ସମ୍ବାଦ ଗୁଡିକରେ ସାମ୍ପ୍ରଦାୟିକତା ଭରି ରହିଥାଏ ବୋଲି ବେଞ୍ଚ କହିଛି । ତେବେ ସୋସିଆଲ ମିଡିଆରେ କେବଳ ଟ୍ରେଣ୍ଡିଂ ହେବା ଭଳି ଖବର ହିଁ ଚାଲିଥାଏ । ଏହି ଟ୍ରେଣ୍ଡିଂ ତଥ୍ୟ ବେଳେବେଳେ ବିଭିନ୍ନ ଅନୁଷ୍ଠାନ ବିରୋଧରେ ମଧ୍ୟ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌