Masthead

ଅବାସ ଯୋଜନାରେ ଦୁର୍ନୀତି

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ଅବାସ ଯୋଜନାରେ ଦୁର୍ନୀତି । ଦୁଇଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ନୂଆକୋଟ ଗ୍ରାମପଞ୍ଚାୟତରେ । ଜଣେ ହିତାଧିକାରୀଙ୍କ ଆବାସ ଯୋଜନାର ଅର୍ଥ ହଡ଼ପ ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଦୁଇ କର୍ମଚାରୀ ହେଲେ ପାପଡାହାଣ୍ଡି ବ୍ଲକ ସହକାରୀ କମ୍ପ୍ୟୁଟର କର୍ମଚାରୀ ସତୀଶ ପାଳ ଓ ନୂଆକୋଟ ଗ୍ରାମପଞ୍ଚାୟତର ଡିକ୍ରେସେନ ନାୟକ । ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମପଞ୍ଚାୟତର ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ବିସେମ୍ବର ବିଶୋଇଙ୍କ ଶେଷ ବିଲ ବାବଦକୁ ୧୭ହଜାର ୩୮୮ ଟଙ୍କା ପାଇବାର ଥିଲା କିନ୍ତୁ ସେ ପାଇନଥିଲେ । ଏ ନେଇ ତାଙ୍କ ବାପା ଭୁବନେଶ୍ୱର ବିଶୋଇ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ।

ପରେ ପିଡି ରମାକାନ୍ତ ନାୟକଙ୍କୁ ଜଣାଇଥିଲେ । ଏନେଇ ପିଡି ପାପଡାହାଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାର ତଦନ୍ତ କରିବା ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ପାପଡାହାଣ୍ଡି ଥାନା ଅଧିକାରୀ ସୁବେନ୍ଦୁ ଶବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ