Masthead

ଚାଷୀ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ:କେନ୍ଦ୍ରକୁ ଭର୍ତ୍ସନା

ନୂଆଦିଲ୍ଲୀ (ବଡ଼ ଖବର): କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । କେନ୍ଦ୍ରକୁ ଭର୍ତ୍ସନା କରି ସମାଧାନର ବିଳମ୍ବ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । କେନ୍ଦ୍ର ଯଦି ସମସ୍ୟା ନେଇ ବିଳମ୍ବ କରୁଛି ତେବେ ଆମକୁ ଛାଡ ଆମେ ସମାଧାନ କରିବୁ । କୃଷି ବିଲ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଜାରି ରହିଛି । କୌଣସି ସଂଗଠନର ଆନ୍ଦୋଳନ ଉପରେ ଆମେ ରୋକ ଲଗାଇପାରିବା ନାହିଁ ।

ଏକ ପୂରାତନ ଆଇନକୁ ବଦଳାଇବା ବେଳେ ଆନ୍ତରିକତାର ସହ ବିଚାର କରାଯିବା ଦରକାର । କାହିଁକି ଅନେକ ରାଜ୍ୟର କୃଷକ ସଂଗଠନ ଏହି କୃଷି ଆଇନ ବିରୋଧରେ । ଯାହାର ତୁରନ୍ତ ତର୍ଜମା କରାଯାଇ ଆନ୍ଦୋଳନ ବନ୍ଦ କରାଯିବା ଦରକାର । ଦୀର୍ଘ ଦିନ ଆନ୍ଦୋଳନ ଯୋଗୁଁ ଲୋକଙ୍କର ଜୀବନ ଯାଉଛି । ଯାହାକୁ ବରଦାସ୍ତ କରାଯିବନି । ତେଣୁ କେନ୍ଦ୍ର ସରକାର ଗୁରୁତର ସହ ଏହାକୁ ବିଚାର କରିବା ଦରକାର । ଯଦି ଅକ୍ଷମ ଏହି କ୍ଷେତ୍ରରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାରେ କେନ୍ଦ୍ର ସରକାର ଅସହମତ କି । ନୂତନ ଆଇନର ତର୍ଜମା ପାଇଁ କେନ୍ଦ୍ର ଯଥାଶ୍ରୀଘ୍ର ଏକ କମିଟି ବନାଉ । କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଖୋଜିବାକୁ କେନ୍ଦ୍ର ଯତ୍ନବାନ ହେବା ଦରକାର ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ