Masthead

ଜମ୍ମୁ-କାଶ୍ମୀରରେ ବଢ଼ୁଛି ଅଶାନ୍ତି, ୫୭୦ ଜଣଙ୍କୁ ଅଟକ ରଖିଛି ପୋଲିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ଲାଗି ରହିଛି ଅଶାନ୍ତି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯିବାରୁ ଅସାମାଜିକ ତତ୍ତ୍ୱଙ୍କ ଉପରେ ନିରାପତ୍ତା ବଳ ଚଢ଼ାଉ ଆରମ୍ଭ କରିଛି । ସପ୍ତାହାକ ମଧ୍ୟରେ କଶ୍ମୀରରେ ୭ଜଣ ନାଗରିକ ନିହତ ହୋଇଛନ୍ତି । ଏହାପରେ ଶ୍ରୀନଗରରେ ପ୍ରାୟ ୭୦ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଏହାକୁ ମିଶାଇ ମୋଟ ୫୭୦ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ଥିବା କିଛି ଟେକା ପଥର ଫିଙ୍ଗାଳି ମଧ୍ୟ ରହିଛନ୍ତି ।

ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଲୋକଙ୍କୁ ମଧ୍ୟ ପଚରା ଉଚରା ଜାରି ରଖିଛି ଜମ୍ମୁ-କାଶ୍ମୀର ପୋଲିସ । ଆତଙ୍କବାଦୀ ସମ୍ବନ୍ଧୀୟ କାର୍ୟ୍ୟକଳାପ ବିରୋଧରେ ଚଳାଇଥିବା ଚଢ଼ାଉ ଅଭିଯାନର ଅଂଶବିଶେଷ ଭାବେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ମଧ୍ୟ ଜମ୍ମୁ ଓ କଶ୍ମୀରର ୧୪ଟି ସ୍ଥାନରେ ଚଢ଼ାଉ କରିଛି ।

ଗତ ପାଞ୍ଚ ଦିନ ମଧ୍ୟରେ କଶ୍ମୀର ଉପତ୍ୟକାରେ ନିହତ ହୋଇଥିବା ୬ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର । ସେହିଭଳି, ପରିସଂଖ୍ୟାନ ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୧ରେ ଏପର୍ୟ୍ୟନ୍ତ ନିହତ ହୋଇଥିବା ୨୮ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ହିନ୍ଦୁ କିଂବା ଶିଖ୍‌ ସମ୍ପ୍ରଦାୟର ଏବଂ ଅନ୍ୟ ୨ଜଣ ଅଣ-ଆଞ୍ଚଳିକ ଶ୍ରମିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା