ପଞ୍ଜଶିରକୁ ଦଖଲ କରିଛି ତ ତାଲିବାନ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ପରେ ତାଲିବାନୀଙ୍କ ନଜର ପଡିଥିଲା ପଞ୍ଜଶିର ଉପରେ । ପଞ୍ଜଶିରକୁ ଦଖଲ ପାଇଁ ତାଲିବାନୀ ଆକ୍ରମଣ କରୁଥିବାର କଥା କିଛି ନୂଆ ନୁହଁ । ହେଲେ ଏହାରି ମଧ୍ୟରେ ପଞ୍ଜଶିରକୁ କବଜା କରିନେଇଛି ତାଲିବାନ । ଏ କଥାଟି କେତେ ମାତ୍ରାରେ ସତ ବା କେତେ ମାତ୍ରାରେ ମିଛି ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ଅପରପକ୍ଷେ ପଞ୍ଜଶିର ପ୍ରାନ୍ତକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି ବୋଲି ତାଲିବାନ ଦାବି କରିଛି ।

ଏହା ସହ ନିଜର ପତାକାକୁ ମଧ୍ୟ ସେମାନେ ପଞ୍ଜଶିରରେ ଉଡ଼ାଇଥିବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ ସେମାନେ ରେଜିଷ୍ଟାନ୍ସ ଫୋର୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ଯାହାଫଳରେ ତାଙ୍କର ଦାବି ସତ ଲାଗୁଛି । ଏହା ସହ ପଞ୍ଜଶିର ଘାଟି ପୂରାପୁରି ଇସଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଥିବାର ଦାବି କରିଛି ତାଲିବାନ । କେବଳ ଏତିକି ନୁହେଁ ବରଂ ତାଲିବାନ ପଞ୍ଜଶିରରୁ କିଛି ଫୋଟ ମଧ୍ୟ ଜାରି କରିଛନ୍ତି ।

ଯେଉଁଥିରେ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ଆଫଗାନିସ୍ତାନର ଆଶ୍ରଫ ଘାନି ସରକାର ତାଲିବାନ ଭୟରେ ଦେଶ ଛାଡି ପଳାଇଥିଲେ । ଏହା ସହ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକାର ସୁରକ୍ଷା ବାହିନୀର ପ୍ରତ୍ୟାହାର ଉତ୍ସବ ମଧ୍ୟ ତାଲିବାନୀ ପାଳନ କରିଥିଲେ । ଏହା ମଧ୍ୟରେ ବିଦ୍ରୋହର ଶେଷ ଗଡ ପଞ୍ଜଶିରକୁ କାବୁ କରିବା ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା ।

ଏନେଇ ପଞ୍ଜଶିର ଉପତ୍ୟକାରେ ଜଗି ରହିଥିବା ଯୁଦ୍ଧ ବିମାନକୁ ନଷ୍ଟ କରିବାର ଅଭିଯାନ ତାଲିବାନ ଆରମ୍ଭ କରିଥିଲା । ନିକଟରେ ହୋଇଥିବା ସଂଘର୍ଷରେ ମୁଖପାତ୍ର ଫହିମ ଦାଶତି ଏବଂ ଜେନେରାଲ ଅବଦୁଲ ୱାଦୁଦ ଜାରାଙ୍କ ମୃତ୍ୟୁ ଘଟିଥିଲା । ଏହା ସହ ଅନେକ ତାଲିବାନୀଙ୍କୁ ମାରିଥିବା ନେଇ ଦାବି କରିଆସୁଥିଲା ବିଦ୍ରୋହ ସେନା । ଅନ୍ୟପଟେ ତାଲିବାନ ପଞ୍ଜଶିରରୁ ନିଜର ସେନାକୁ ପ୍ରତ୍ୟାହାର କଲେ ରେଜିଷ୍ଟାନ୍ସ ଫର୍ସ ଯୁଦ୍ଧ ବନ୍ଦ କରି ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ବିଦ୍ରୋହୀ ନେତା ଅହମ୍ମଦ ମାସୁଦ କହିଥିଲେ ।

ଅପରପକ୍ଷେ କାବୁଲରେ ପ୍ରବେଶ କରିବାର ତିନି ସପ୍ତାହ ପରେ ମଧ୍ୟ ତାଲିବାନ ଏ ପର୍ଯ୍ୟନ୍ତ ସେମାନଙ୍କର ସରକାର ଚୂଡାନ୍ତ କରିପାରି ନାହାଁନ୍ତି । ହେଲେ ସବୁଠାରୁ ରୋଚକ କଥାଟି ହେଉଛି ତାଲିବାନ ପ୍ରତିଶୃତି ଦେଇଛି ଯେ ପୂର୍ବ ଶାସନ ଅପେକ୍ଷା ନୂତନ ସରକାର ଅଧିକ ଭଲ ଭାବରେ ଦେଶକୁ ଶାସନ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ