Masthead

ଭାରତକୁ ଅକ୍ଟୋବରରେ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ଲହରକୁ ନେଇ ଦେଶରେ ଲାଗିରହିଛି କଳ୍ପନାଜଳ୍ପନା । ତୃତୀୟ ଲହରକୁ ମାତ୍ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରମାନେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଦେଶୀ ଗଣମାଧ୍ୟମ ରୟଟର କହିଛି କରୋନାର ତୃତୀୟ ଲହର ଭାରତରେ ଅକ୍ଟୋବର ଆସିପାରେ । ବିଶ୍ୱର ୪୦ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ପ୍ରଫେସର ପ୍ରଭୃତିକୁ ନେଇ ହୋଇଥିବା ସର୍ଭେ ରିପୋର୍ଟକୁ ଉଦ୍ଧାର କରି ରଏଟର ଏଭଳି ସୂଚନା ଦେଇଛି । କରୋନାର ଦ୍ୱିତୀୟ ଲହର ବେଳେ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇଯାଇଛି । ପର୍ଯ୍ୟାପ୍ତ କୋଭିଡ ହସ୍ପିଟାଲ, ଅକ୍ସିଜେନ୍ ଯୋଗାଣ, ଭ୍ୟାକ୍ସିନ୍ ଓ ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମ ଦେଶରେ ଆଉ ଅଭାବ ନାହିଁ । ଏହି କାରଣରୁ ତୃତୀୟ ଲହର ନିୟନ୍ତ୍ରଣରେ ସମସ୍ୟା ହେବ ନାହିଁ ବୋଲି ଦେଶର ୭୦ପ୍ରତିଶତ ଲୋକଙ୍କ ବିଶ୍ୱାସ କରୁଛନ୍ତି ।

ରୟଟର ପକ୍ଷରୁ ହୋଇଥିବା ଏହି ସର୍ଭେରେ ସଦସ୍ୟଥିବା ନୂଆଦିଲ୍ଲାୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଦେଶରେ ସମୂହ ଟିକାକରଣ ଜୋରଦାର ଚାଳିଥିବାରୁ ତୃତୀୟ ଲହର ସେଭଳି ପ୍ରଭାବ ପକାଇପାରିବ ନାହିଁ । ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ଅତି ସହଜ ହେବ । ସର୍ଭେରେ ଭାଗ ନେଇଥିବା ୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଆସନ୍ତା ଅକ୍ଟେବରରେ ତୃତୀୟ ଲହର ଭାରତରେ ହିଟ୍ କରିବ । ସର୍ଭେରେ ଅଂଶଗ୍ରହଣ କରିଥିବା ୩ଜଣ ବିଶେଷଜ୍ଞ କହିଛନ୍ତି ଭାରତରେ କରୋନାର ତୃତୀୟ ଲହର ଅଗଷ୍ଟ ୧୨ରୁ ସେପ୍ଟେମ୍ବର ମଧ୍ୟରେ ଆସିପାରେ । ଆଉ ୩ଜଣ ବିଶେଷଜ୍ଞ କହିଛନ୍ତି ତୃତୀୟ ଲହର ନଭେମ୍ବର ଓ ୨୦୨୧ ଫେବୃୟାରୀ ମଧ୍ୟରେ ଆସିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି