Masthead

ଲଗାଣ ବର୍ଷାର ତାଣ୍ଡବ, ଭାଙ୍ଗିଲା ପେରିପେରିଆ ପୋଲ

ପରଜଙ୍ଗ (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାର ତାଣ୍ଡବ ଯୋଗୁଁ ଭାଙ୍ଗିଲା ପେରିପେରିଆ ପୋଲ । ୫୩ନମ୍ବର ଜାତୀୟ ରାଜପଥ ଯାତାୟାତ ସମ୍ପୂର୍ଣ୍ଣ ଠପ। ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡ଼ିଶା । ରେଡ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ପରଜଙ୍ଗ ବ୍ଲକ ୫୩ ନଂ ଜାତୀୟ ରାଜପଥର ଶିଆରିମାଳିଆ ଗାଁ ଛକ ନିକଟରେ ଥିବା ପେରିପେରିଆ ନାଳଟି ଭାଙ୍ଗି ଯିବା ଯୋଗୁଁ ତାଳଚେର-ଡୁବୁରୀ ଯାତାୟାତ ଠପ ହୋଇ ପଡିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

କୁନାଲ ଷ୍ଟ୍ରକଚର ପ୍ରାଇଭଟ ଲିମିଟେଡ କମ୍ପାନୀ ୫୩ନଂ ଜାତୀୟ ରାଜପଥ ବ୍ରିଜ ନିର୍ମାଣ କରୁଥିବାବେଳେ ଆପ୍ରଚ ରୋଡ଼ କରିଥିବା ରାସ୍ତାଟି ପାଣି ଆସିବା ଫଳରେ ଭାଙ୍ଗି ଯାଇଥିଲା । ଦୁଇ ବର୍ଷ କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା କାର୍ଯ୍ୟ ଶେଷ କରିପାରି ନଥିବାରୁ ଆଜି ଏପରି ଅବସ୍ଥା ହୋଇ ଥିବାରୁ ଜନ ସାଧାରଣ ଲୋକ ଯାତାୟତ ଠପ ହୋଇଯାଇଛି ।

ସେହିପରି ରେଙ୍ଗାଳୀ ବାମ ପାର୍ଶ୍ୱ କେନାର ବଡଝରା-ଜଡାପାଳ ପୂର୍ତ୍ତ ବିଭାଗ ରାସ୍ତାର ଯୌତୁକପଶି ଗାଁ ନିକଟରେ ରାସ୍ତାଟି ଭାଙ୍ଗି ଯିବା ଯୋଗୁଁ ଆଖପାଖ ଗାଁର ପ୍ରାୟ ୫ ଗୋଟି ପଞ୍ଚାୟତର ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏପରିକି ଏକ ଟ୍ରକ ରାସ୍ତାର ଏକ ଗାତ ଭିତରେ ପଡି ଫସି ରହିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ